ଭାରତ ସହ ସୁସଂପର୍କ ରଖିବାକୁ ଚାହୁଁଛି ପାକିସ୍ତାନ, ଜୟଶଙ୍କରଙ୍କୁ ଲେଖିଲା ପତ୍ର

0 2,074

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୋଶୀ ନିଜର ଭାରତ ସମକକ୍ଷ ଏସ ଜୟଶଙ୍କରଙ୍କୁ ଏକ ପତ୍ର ଲେଖିଛନ୍ତି । ଚିଠିରେ ପାକିସ୍ତାନ ବିଦେଶ ସଚିବ ଉଲ୍ଲେଖ କରିଛନ୍ତି, ତାଙ୍କର ଦେଶ ଭାରତ ସହିତ ସୁସଂପର୍କ ରକ୍ଷା କରିବାକୁ ଚାହୁଁଛି । ଜୟଶଙ୍କରଙ୍କୁ ଚିଠିରେ ବିଦେଶ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିବାରୁ ପାକିସ୍ତାନ ବିଦେଶ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଜୟଶଙ୍କର ଗତ ଶୁକ୍ରବାର ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହା ପୂର୍ବରୁ ସେ ବିଦେଶ ସଚିବ ଥିଲେ ।
ଚିଠିରେ କ୍ୟୁରେଶୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ସଂପର୍କରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଗତ ଫେବୃୟାରୀ ୧୪ରେ ପୁଲୱାମାରେ ସିଆରପିଏଫ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ସଂପର୍କ ଆହୁରି ଖଟା ହୋଇଛି । ଏହି ଆକ୍ରମଣକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସମୂହ ଜୈଶ-ଏ-ମହମ୍ମଦ ଦ୍ୱାରା କରାଯାଇଥିଲା ।

Leave A Reply