କମ୍ପ୍ୟୁଟର-ଟିଭିରେ ଅଧିକ ସମୟ ବିତାଇଲେ ପିଲାଙ୍କ ଉପରେ ପଡ଼ିବ ମାନସିକ ଚାପ: ଅଧ୍ୟୟନ

0 1,849

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ନିଜର ସବୁ ସମୟ କମ୍ପ୍ୟୁଟର, ଟିଭି ଓ ଭିଡିଓ ଗେମ ଖେଲିବାରେ ବିତାଉଛନ୍ତି । ଏଥିରେ ସେମାନେ ବାହାରର ଅଲଗା ପିଲାମାନଙ୍କ ସହିତ ମିଶିପାରୁନାହାନ୍ତି ଓ ବାହାରେ ଖେଳିବା ପାଇଁ ମଧ୍ୟ ପସନ୍ଦ କରୁନାହାନ୍ତି । ଯେଉଁଥିରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ପ୍ରଭାବ ପଡୁଛି । ଏବେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପିଲା ମାନଙ୍କୁ ଘରୁ ସ୍କୁଲ ପଠାଉଥିବା ପରିଜନ ଭାବି ପାରିବେ ଯେ ପିଲାମାନଙ୍କୁ ସଙ୍ଗଠିତ ଖେଳ ଓ ଶାରୀରିକ ଗତିବିଧିରେ ବ୍ୟସ୍ତ ରହିଲେ ସେମାନେ ଫିଟ ରୁହନ୍ତି, କିନ୍ତୁ ଯୁବ ବର୍ଗଙ୍କୁ ଏହା ଆହୁରି ଆବଶ୍ୟକତା ରହିଛି ।
ପିଲାମାନଙ୍କର ବାହାରେ ଖେଳିବାକୁ ନେଇ ବିଶେଷଜ୍ଞ ମାନେ କହିଛନ୍ତି, ସମସ୍ୟା ଏହି କଥାକୁ ନେଇ ହୋଇଥାଏ ଯେ କେତେ ସକ୍ରିୟତା ସଙ୍ଗଠିତ ଜୀବନଶୈଳୀ ପାଇଁ ଆବଶ୍ୟକ ଅଟେ । ପରିଜନ ମାନେ ନିଜର ପିଲାମାନଙ୍କର ପ୍ରତିଦିନ ଶରୀରିକ ଗତିବିଧି ପାଇଁ ଓ ବହୁତ ସମୟ ଦେବା ଆବଶ୍ୟକ । କବୀରୀ କହିଛନ୍ତି, ‘ପରିଜନ ଜାଣିଛନ୍ତି ଯେ ସେମାନେ ନିଜର ପିଲାମାନଙ୍କୁ ଜୋରରେ ନିଶ୍ୱାସ ନେବା ଓ ଝାଳ ବୋହିବା ନ ଦେଖିବେ, ଏହାର ଅର୍ଥ ହେଇଛି ସେମାନେ ପର୍ଯ୍ୟପ୍ତ ପରିଶ୍ରମ କରୁନାହାନ୍ତି’ ।

Leave A Reply