ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ହେବ ବଡ଼ ଆର୍ଥିକ ସର୍ବେକ୍ଷଣ

0 2,504

ନୂଆଦିଲ୍ଲୀ: ଯେମିତି କି ନୂଆ ମୋଦୀ ସରକାର ଠାରୁ ଆଶା କରାଯାଉଥିଲା ଯେ, ସେ ଆର୍ଥିକ ସମ୍ବନ୍ଧୀୟ କାମ ଶୀଘ୍ର କରିବେ । ସେହି ପକ୍ରିୟାରେ ସରକାର ଆଗକୁ ବଢିବାର ଦେଖାଯାଉଛି । ମୋଦୀ ସରକାର ୨.୦ ଦେଶ ସାରା ଅର୍ଥିକ ସର୍ବେକ୍ଷଣ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ପର୍ଯ୍ୟନ୍ତ ରୋଜଗାରକୁ ନେଇ ଦେଶସାରା ସ୍ଥିତି ସ୍ପଷ୍ଟ ହୋଇ ନଥିବା ସଂକଟ ଦୂର ହୋଇଯିବ । କ୍ୟାବିନେଟ ବୈଠକରେ ସରକାର ଆର୍ଥିକ ସର୍ବେକ୍ଷଣ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହା ପ୍ରଥମ ୬ ମାସରେ ପୁରା ହୋଇଯିବ । ସୁଚନା ଅନୁସାରେ ୫ ବର୍ଷରେ ହୋଉଥିବା ଆର୍ଥିକ ସର୍ବେକ୍ଷଣ ଏବେ ସବୁ ୩ ବର୍ଷରେ କରାଯିବ ।

ଏହା ସପ୍ତମ ଆର୍ଥିକ ସର୍ବେକ୍ଷଣ ହେବ କିନ୍ତୁ ଏହି ସବେର୍କ୍ଷଣରେ ନିଜର ବିଶେଷତ୍ୱ ରହିବ । ପ୍ରଥମ ଥର ସ୍ୱରୋଜଗାର, ତାହା ଯେଉଁ ପ୍ରକାରେ ମଧ୍ୟ ହେଇଥାଉ, ତାହାର ଗଣନା କରାଯିବ ଓ ସାରା ଦେଶକୁ ଜଣାଇଦିଆଯିବ । ରୋଜଗାରକୁ ନେଇ ସବୁ ସରକାର ବିରୋଧୀଙ୍କ ନିଶାଣାରେ ରହିଛି । ମୋଦୀ ସରକାର ୧.୦ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏଥିପାଇଁ ମୋଦୀ ସରକାର ୨.୦ ଏହାକୁ ନେଇ ହେଉଥିବା ଆଲୋଚନାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ସବୁ ବ୍ୟକ୍ତିର ଆର୍ଥିକ ଗଣନା କରାଯିବ ଯିଏ ନିଜ ଗୋଡରେ ଛିଡା ହୋଇଛି ।

Leave A Reply