ଘର ଖୋଲିବା ସମୟରେ ହୋଇପାରେ ଦୁର୍ଘଟଣା, ରୁହନ୍ତୁ ସତର୍କ

0 2,402

ନୂଆଦିଲ୍ଲୀ: ଯେତେବେଳେ ଆମ ଘରର ଘଣ୍ଟି ବାଜିଥାଏ ବା ଆମେ ବାହାରୁ ଘରକୁ ଆସିଥାଉ ଘରର କବାଟ ଖୋଲିଥାଉ । କେତେକ ସମୟରେ ଆମେ କିଏ ବାହାରେ ଥିବା ଆଶାରେ କବାଟ ଖୋଲିଥାଉ, ତ ଆଉ କେତେକ ସମୟରେ ନିଜେ ଘର ଭିତରକୁ ଯିବା ପାଇଁ । ଘରର କବାଟ ଖୋଲିବା ସମୟରେ କେହି କିଛି ଅଘଟଣ ହେବାର ଆଶଙ୍କା କରିନଥାନ୍ତି, କିନ୍ତୁ ଆମେରିକାରେ ଏକ ଏମିତି ଘଟଣା ହେଲା ଯାହା ଜାଣି ଆପଣ ମଧ୍ୟ ସର୍ତକ ହୋଇଯିବେ ।

ଆମେରିକାର ଓକ୍ଳାହୋମାର ଲାଁଟୋନରେ ରହୁଥିବା ଜେରେଲ ହେବୁଡ ଘରର ମୁଖ୍ୟ ଦ୍ୱାର ଖୋଲି ଯେମିତି ଭିତରକୁ ଯିବାକୁ ଚାହିଁଲେ, ସେତେବେଳେ ମୁଖ୍ୟ ଦ୍ୱାର ଉପରେ ଥିବା ଲାଇଟରେ ଝୁଲି ରହିଥିବା ସାପ ତାଙ୍କର ଚେହେରାରେ କାମୁଡି ଦେଲା । ତାଙ୍କୁ ଏହି ବିଶ୍ୱାସ ନଥିଲା । ଏହି ପୁରା ଘଟଣା ଘଣ୍ଟି ଉପରେ ଥିବା କେମେରା ରେ ରହିଯାଇଥିଲା । ଏହି ଘଟଣା ୫ ମେ’ର ଅଟେ ।
ହେବୁଡଙ୍କୁ ତାଙ୍କ ସାଙ୍ଗ ଡାକ୍ତରଖାନା ନେଇ ଯାଇଥିଲେ । ଯାଞ୍ଚ ପରେ ଜଣା ପଡିଥିଲା ଯେ ସେ ସାପ ବିଷଧର ନ ଥିଲା, ଯେଉଁଥି ପାଇଁ ହେବୁଡଙ୍କ ଜୀବନ ପ୍ରତି କୌଣସି ବିପଦ ନଥିଲା । ହେବୁଡଙ୍କ ଜଣେ ପଡୋଶୀ ସେହି ସାପକୁ ମାରି ଦେଇଥିଲେ । ହେବୁଡ କହିଥିଲେ ଯେ ଡାକ୍ତରମାନେ କ୍ଷତ ହୋଇଥିବା ସ୍ଥାନକୁ ଭଳ ଭାବରେ ସଫା କରିଛନ୍ତି ।

Leave A Reply