ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଅଦ୍ୱିତୀୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଗତକାଲି ଏମ୍ସରେ ତାଙ୍କ ପରଲୋକ ହୋଇଥିବାବେଳେ ଆଜି ଦିନ ୪ଟାରେ ତାଙ୍କୁ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଦାହସଂସ୍କାର କରାଯିବ । ଆଜି ସକାଳେ ତାଙ୍କର ମରଶରୀର ତାଙ୍କ ବସଭବନରେ ଥିବାବେଳେ ଦିନ ୧୦ଟା ବେଳେ ତାଙ୍କୁ ବିଜେପି ମୁଖ୍ୟାଳୟକୁ ନିଆଯାଉଛି ।
ପ୍ରବୀଣ ଲୋକପ୍ରିୟ ନେତା ଅଟଳଜୀଙ୍କ ବିୟୋଗରେ ସାରା ଦେଶର ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ବିଶ୍ୱର ପ୍ରମୁଖ୍ୟ ସମ୍ବାଦପତ୍ର ଓ ଚ୍ୟାନେଲରେ ନ୍ୟୁୟର୍କ ଟାଇମ୍ସ, ୱାସିଂଟନ ପୋଷ୍ଟ, ଗାର୍ଡିଆନ, ଡନ, ୱାଲଷ୍ଟ୍ରିଟ ଜର୍ଣ୍ଣାଲ, ବିବିସି, ସିଏନଏନରେ ଅଟଳଙ୍କ ପରଲୋକ ଖବର ପ୍ରକାଶ ପାଇଛି । ବିଶ୍ୱର ପ୍ରମୁଖ ଦେଶରୁ ତାଙ୍କ ପାଇଁ ଶୋକ ବାର୍ତ୍ତା ପ୍ରକାଶ ପାଇଛି ।
ଆମ ଓଡ଼ିଶାରେ ମଧ୍ୟ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରରେ ତାଙ୍କ ପାଇଁ ଏକାଧିକ ପୃଷ୍ଠା ଦିଆଯାଇ ସ୍ମୃତି ·ରଣ ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ସେହିପରି ପ୍ରାୟ ସବୁ ଖବରକାଗଜରେ ତାଙ୍କ ପାଇଁ ସ୍ୱତନ୍ତ୍ର ସଂପାଦକୀୟ ଲେଖାଯାଇଛି । କେତେକ ସମ୍ବାଦପତ୍ରରେ (ସମ୍ବାଦ ଓ ପ୍ରମେୟ)ର ସମ୍ପାଦକୀୟ ସ୍ତମ୍ଭଟି ଖାଲି ରଖାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।