ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ଖରାପ ହେବାରୁ ଚଳିତ ବର୍ଷ ଜୁନ୍ ୧୧ ତାରିଖରେ ତାଙ୍କୁ ଚିକିତ୍ସାପାଇଁ ଦିଲ୍ଲୀ ସ୍ଥିତ ଏମ୍ସ୍ର ଭର୍ତ୍ତି କରାଯାଇଥିଲା । ବୃକକ ସଂକ୍ରମଣ, ଛାତିରେ କଫ ଜମିବା ଓ ମୁତ୍ର ସଂକ୍ରମଣ ପାଇଁ ତାଙ୍କୁ ଏମ୍ସ୍ରେ ଭର୍ତ୍ତି କରାଯାଇଥିଲା । ମାତ୍ର ବୁଧବାରରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମସ୍ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ ।
ଏମସ୍ର ବୁଲେଟିନ୍ରେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଓ ଜୀବନ ରକ୍ଷାକାରୀ ପ୍ରଣାଳୀ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା କଥା ପ୍ରକାଶ କରାଯ।ଇଛି । ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.