ପୂଜାରେ ହେଉଥିବା ନିରାମିଷ ବେସରର ପ୍ରସ୍ତୁତି ପ୍ରଣାଳୀ

0 1,733

ଓଡିଆ ଘରର ପୂଜା ମାନଙ୍କରେ ବେସର ହୋଇଥାଏ । ଏହା ଉଭୟ ଆମିଷ ଓ ନିରାମିଷ ହୋଇପାରେ । ତେବେ ନିରାମିଷ ବେସର କରିବେ କେମିତି

ଆବଶ୍ୟକୀୟ ଜିନିଷ
ଧନିଆ ଗୁଣ୍ଡ ୧୦ ଗ୍ରାମ୍
ଡାଲଚିନି ୧୫ ଗ୍ରାମ୍
ପାନମଧୁରିଗୁଣ୍ଡ ୧୦ ଗ୍ରାମ୍,(ବଟା ପାନ ମଧୁରୀ ବି ବ୍ୟବହାର କରିପାରିବେ)
ବଟା ସୋରିଷ ୩୦ ଗ୍ରାମ୍,
ଅଦା ଛୋଟ ଖଣ୍ଡ
ଗୋଲମରିଚ ଗୁଣ୍ଡ ୮ ଗ୍ରାମ୍,
‘ ଗୋଟାଜିରା ୧୦ ଗ୍ରାମ୍,
ବତୁରା ଗୋଟାବୁଟ ୧୫୦ ଗ୍ରାମ୍
ଗୁଆଘିଅ ୧୫୦ ଗ୍ରାମ୍
ଦେଶୀ ଆଳୁ (ଖମ୍ବ ଆଳୁ) ୩୦୦ ଗ୍ରାମ୍,
କଞ୍ଚା କଦଳୀ ଗୋଟିଏ
କଖାରୁ ୨୦୦ ଗ୍ରାମ୍
କୋରା ନଡ଼ିଆ | ୨ କପ୍
ପୋଟଳ ୧୦ ଟା
କନ୍ଦମୂଳ ୧୫୦ ଗ୍ରାମ୍
ନାଡ଼ି ୧୫୦ ଗ୍ରାମ୍,

ଦରକାର ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ ।
ପ୍ରସ୍ତୁତି :
ସାଦା ବେସର ବା ନିରାମିଶ ବେସର କରିବାକୁ ହେଲେ ପ୍ରଥମେ ପନିପରିବାରୁ ଭଲକରି ଧୋଇ ଛୋଟ ଛୋଟ ଆକାରରେ କାଟନ୍ତୁ । ଘିଅକୁ ଗରମ କରିସେଥିରେ ସମସ୍ତ ମସଲା ଦେଇ ଟିକେ କଷନ୍ତୁ ।
କୋରା ନଡ଼ିଆ, ମଧୁରିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଧେ ଜିରାଗୁଣ୍ଡ, ଡାଳଚିନି ଗୁଣ୍ଡ, ଧନିଆ ଗୁଣ୍ଡ, ସୋରିଷ ବଟା, ଅଦାଛେଚା ଇତ୍ୟାଦି ଏଥିରେ ପକାଇ ଭଲ କରି ଭାଜନ୍ତୁ । । ଟିକେ ମିଠା କରିବା ପାଇଁ ଚାହୁଁଥିଲେ ଅଳ୍ପ ଚିନି ପକାନ୍ତୁ । ଅଳ୍ପ ପାଣି ଦେଇ ପନିପରିବାକୁ ଏହାକୁ ସିଝାନ୍ତୁ । ଏଥିରେ ଡାଲଚିନ ଗୁଣ୍ଡ ଓ ଜିରା କୁ ଭାଜି ଗୁଣ୍ଜ କରି ପକାନ୍ତୁ । ହୋଇଗଲା ବେସର ।

Leave A Reply