ମାଛ ବେସରର ପ୍ରସ୍ତୁତି ପ୍ରଣାଳୀ
ପୂଜାରେ ଅନେକ ଶକ୍ତି ପୀଠରେ ମାଛ ବେସର ହୋଇଥାଏ । ମାଛ ବେସରର ସୁଆଦ ନିଆରା । ଏହା ଅତି ସ୍ୱାଦଷ୍ଟ
ଆବଶ୍ୟକୀୟ ଜିନିଷ
ସମୁଦ୍ର ମାଛ ହେଲେ ଭଲ ମାଛ ଏକ କିଲୋ
ଧନିଆ ଗୁଣ୍ଡ ୧୦ ଗ୍ରାମ୍
ଡାଲଚିନି ୧୫ ଗ୍ରାମ୍
ପାନମଧୁରିଗୁଣ୍ଡ ୫୦ ଗ୍ରାମ୍,(ବଟା ପାନ ମଧୁରୀ ବି ବ୍ୟବହାର କରିପାରିବେ)
ବଟା ସୋରିଷ ୫୦ ଗ୍ରାମ୍,
ଅଦା ଛୋଟ ଖଣ୍ଡ
ଗୋଲମରିଚ ଗୁଣ୍ଡ ୮ ଗ୍ରାମ୍,
‘ ଗୋଟାଜିରା ୧୦ ଗ୍ରାମ୍, ଗୁଣ୍ଡ ହେଲେ ବି ଚଳିବ
ବତୁରା ଗୋଟାବୁଟ ୧୫୦ ଗ୍ରାମ୍
ତେଲ ୧୫୦ ଗ୍ରାମ୍
ଦେଶୀ ଆଳୁ (ଖମ୍ବ ଆଳୁ) ୩୦୦ ଗ୍ରାମ୍,
କଞ୍ଚା କଦଳୀ ଗୋଟିଏ
କଖାରୁ ୨୦୦ ଗ୍ରାମ୍
କୋରା ନଡ଼ିଆ | ୨ କପ୍
ପୋଟଳ ୧୦ ଟା
ଆଳୁ ୧୦୦ ଗ୍ରାମ
ଦରକାର ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ ।
ପ୍ରସ୍ତୁତି :
ମାଛ ବେସର କରିବାକୁ ହେଲେ ପ୍ରଥମେ ପନିପରିବାରୁ ଭଲକରି ଧୋଇ ଛୋଟ ଛୋଟ ଆକାରରେ କାଟନ୍ତୁ ।
ମାଛରୁ କାତି ଛଡାଇବା ପରେ ଏହାକୁ ଲୁଣ ହଳଦୀ ଗୋଳାନ୍ତୁ
କଡେଇରେ ତେଲ ଗରମ କରି ମାଛ ଭାଜନ୍ତୁ
ଏହାପରେ ତେଲ ଗରମ କରିସେଥିରେ ସମସ୍ତ ମସଲା ଦେଇ ଟିକେ କଷନ୍ତୁ ।
କୋରା ନଡ଼ିଆ, ମଧୁରିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଧେ ଜିରାଗୁଣ୍ଡ, ଡାଳଚିନି ଗୁଣ୍ଡ, ଧନିଆ ଗୁଣ୍ଡ, ସୋରିଷ ବଟା, ଅଦାଛେଚା ଇତ୍ୟାଦି ଏଥିରେ ପକାଇ ଭଲ କରି କଷି ଦିଅନ୍ତୁ । । ଅଳ୍ପ ପାଣି ଦେଇ ପନିପରିବାକୁ ଏହାକୁ ସିଝାନ୍ତୁ । ସିଝିବା ସମୟରେ ଏଥିରେ ମାଛକୁ ଭାଙ୍ଗି ପକାନ୍ତୁ ଏଥିରେ ଡାଲଚିନ ଗୁଣ୍ଡ ଓ ଜିରା କୁ ଭାଜି ଗୁଣ୍ଜ କରି ପକାନ୍ତୁ । ହୋଇଗଲା ମାଛ ବେସର ।