ଜାଣନ୍ତୁ ଓଡ଼ିଶାରେ କଅଣ ରହିଛି ଅକ୍ଟୋବର କୋଭିଡ୍‌ ଗାଇଡ୍‌ ଲାଇନ୍‌

0 70

ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂଆ କରୋନା ଗାଇଡ୍‍ ଲାଇନ୍‍ ଜାରି କରିଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ ନିଷେଧାଦେଶ ଲାଗୁ କରାଯାଇଛି । ଦଶହରା ସମୟରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଓ ବିସର୍ଜନ ସମୟରେ ଲୋକମାନେ ଆତସବାଜୀ କରିଥାନ୍ତି । ଏହାକୁ
ଦୃଷ୍ଟିରେ ରଖି ଜାରି ନୂଆ ଗାଇଡ୍‍ଲାଇନ୍‍ରେ କଟକଣା ଲାଗୁ କରାଯାଇଛି ।


ଦ୍ୱୈତ ନଗରୀ ଭୁବନେଶ୍ୱର କଟକରେ ଅଧିକ ଜନଗହଳି ଆଶଙ୍କାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳିନୀ ନିଷେଧାଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଓ ନିର୍ଦ୍ଦେଶକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ପହିଲାରୁ
ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି ।

ଚଳିତ ମାସରେ ପର୍ବପର୍ବାଣୀ ଥିବାରୁ ଲୋକଙ୍କୁ ସତର୍କ ରହିବା ଓ ଭିଡ଼ ନ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର ଜେନା ଏହି ଅବସରରେ ପରାମର୍ଶ ଦେଇଛନ୍ତି । ସତର୍କତା ଅବଲମ୍ବନ ନ କଲେ ପରିସ୍ଥିତି ଗମ୍ଭୀର ହୋଇପାରେ । ସେପ୍ଟେମ୍ବର ମାସରେ ଯାହାସବୁ ଅନ୍‍ଲକ୍‍ ହୋଇଥିଲା ତାହାକୁ ଅକ୍ଟୋବର ମାସରେ ବଳବତ୍ତର ରଖାଯାଇଛି ।


ଯେଉଁମାନେ କୋଭିଡ୍‍ କଟକଣା ଉଲଙ୍ଘନ କରିବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Leave A Reply