ଓଡ଼ିଆ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସୀ ଖବର । ଏବେ ବିଭିନ୍ନ ଭାଷାରୁ ଗୁଗୁଲ ଟ୍ରାନସଲେଟ୍ ମାଧ୍ୟମରେ ଓଡିଆକୁ ଅନୁବାଦ କରିହେବ । ଗୁଗୁଲ ଟ୍ରାନସ୍ଲେଟ୍ରେ ଏବେ ୫ଟି ନୂଆ ଭାଷାକୁ ଯୋଡା ଯାଇଛି । ସେମାନଙ୍କ ମଧ୍ୟରେ ଓଡିଆ ଅଛି ।
ଓଡ଼ିଆ ବ୍ୟତୀତ ତୁର୍କମେନ, ତାତାର,କିନୟାରଓ୍ୱାଣ୍ଡା ଓ ଉଇଘରକୁ ଗୁଗୁଲ ଟ୍ରାନସ୍ଲେଟ୍ରେ ସାମିଲ କରାଯାଇଛି ।
ଦେଶ ବିଦେଶରେ କେହିବି ଓଡିଆ ୟୁନିକୋଡ୍ରେ ଲେଖାଯାଇଥିବା ଲେଖାକୁ ଅନ୍ୟ ୧୦୮ ଟି ଭାଷାରେ ଅନୁବାଦ କରିବା ସହ ଅନ୍ୟ ଭାଷାର ଲେଖାକୁ ଓଡିଆରେ ଅନବାଦ କରିପାରିବ । ପୂର୍ବରୁ ଗୁଗୁଲ ଟ୍ରାନସ୍ଲେଟ୍ ୧୦୩ଟି ଭାଷାରେ ଉପଲବ୍ଧ ଥିବା । ଏହାଦ୍ୱା ୭୫ ମିଲିୟନ ବା ୭ କୋଟି ୫୦ ଲକ୍ଷ ଲୋକ ଉପକୃତ ହୋଇ ପାରିବେ ।