କଟକ – କଟକ ଜିଲ୍ଲା ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକକ୍ ମ୍ୟାନ୍ ନାମରେ ଡାକୁଛନ୍ତି । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ ।
ପକ୍ଷୀମାନଙ୍କ ସୁରକ୍ଷା ଓ ସେମାନଙ୍କ ସଂରକ୍ଷଣ ଚିନ୍ତାରେ କାହ୍ନୁଙ୍କ ସମର୍ପିତ ଭାବ ଦେଖିବା ପରେ ସବୁ ସ୍ତରରେ ସେଭଳି ପ୍ରଶଂସିତ ହେଉଛନ୍ତି । ପିକକ୍ ଭ୍ୟାଲି କୁହାଯାଉଥିବା ନରାଜ ପାହାଡ଼ ୧୯୯୯ ମସିହାରେ ଏକ
ପ୍ରକାର ମୟୂର ଶୂନ୍ୟ ହୋଇଯାଇଥିଲା । କାହ୍ନୁଙ୍କ ଜେଜେ ପାଣୁ ବେହେରା ୩ଟି ମୟୂରଙ୍କୁ ଠାବ କରି ସେମାନଙ୍କର ସୁରକ୍ଷା ଓ ଯତ୍ନ ନେଉଥିଲେ । ୨୦୧୭ରେ ପାଣୁଙ୍କ ଦେହାନ୍ତ ହେଲାବେଳକୁ ଏହି ଜାତୀୟ ପକ୍ଷୀଙ୍କ ସଂଖ୍ୟା ଶତାଧିକ ହୋଇଥିଲା । ଜେ ଙ୍କ ସହିତ ପାହାଡ଼ ଉପରେ ମୟୂରଙ୍କୁ ଖାଦ୍ୟ ଦେବାର ଆନନ୍ଦ ନେଉଥିବା ନାତି କାହ୍ନୁ ଜେଜେଙ୍କ ମୃତ୍ୟୁ ପରେ ମୟୂରଙ୍କ ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ।