ରାଜ୍ୟରେ ଏଣିକି ସବ୍ଇନିସ୍ପେକ୍ଟର ବା ଏସ୍ଆଇ ମାନେ ଫାଣ୍ଡି ଦାୟିତ୍ୱରେ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କମିଶନରେଟ୍ ପୁଲିସ୍ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ୍ ଓ ରେଲ୍ୱେ ପୁଲିସ୍ ଦ୍ୱାରା ପରିଚାଳିତ ଫାଣ୍ଡିମାନଙ୍କରେ ସବ୍ଇନିସ୍ପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟର ମୋଟ୍ ୨୧୬ଟି ଫାଣ୍ଡି ଦାୟିତ୍ୱରେ ସବ୍ଇନିସ୍ପେକ୍ଟରମାନେ ରହିବେ ।
ସବ୍ଇନିସ୍ପେକ୍ଟରମାନଙ୍କର ତାଲିମ୍ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କର ଦକ୍ଷତା ଫାଣ୍ଡିସ୍ତରରେ ଅପରାଧ ନିୟନ୍ତ୍ରଣରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।