ନୂଆଦିଲ୍ଲୀ ୨୦.୦୩ – ଦୀର୍ଘ ୭ ବର୍ଷର ନ୍ୟାୟିକ ଯୁଦ୍ଧ ପରେ ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ । ୨୦ ମାର୍ଚ୍ଚ ସକାଳ ୫ଟା ୩୦ରେ ଏମାନଙ୍କୁ ତିହାର ଜେଲ୍ରେ ଥିବା ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।
୪ ଜଣ ଦୋଷୀଙ୍କ ଫାଶୀ ଦଣ୍ଡକୁ ରୋକିବା ପାଇଁ ଏହାର ପୂର୍ବରୁ ରାତି ଅଧରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତାଙ୍କର ଆଇନଜୀବୀ ଏପି ସିଂ । ମାତ୍ର ଅଦାଲତ ତାଙ୍କର ମାମଲାକୁ ଖାରଜ କରିଥିଲେ । ପରେ ସକାଳ ୫ଟା୩୦ରେ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ।
#WATCH Asha Devi, mother of 2012 Delhi gang rape victim says, “As soon as I returned from Supreme Court, I hugged the picture of my daughter and said today you got justice”. pic.twitter.com/OKXnS3iwLr
— ANI (@ANI) March 20, 2020
ଜେଲ୍ରେ ସେମାନଙ୍କୁ ମୃତ ଘୋଷଣା ପରେ ଦୀନ୍ ଦୟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ସେମାନଙ୍କର ଶବକୁ ବ୍ୟବଚ୍ଛେଦ କରାଯିବା ପାଇଁ ପୁଲିସକୁ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
Sandeep Goel, Director General of Tihar jail: Doctor has examined all four convicts (of 2012 Delhi gang-rape case) and declared them dead. https://t.co/Bqv7RG8DtO pic.twitter.com/fIMR9xvVnh
— ANI (@ANI) March 20, 2020
ନିର୍ଭୟାର ମାଆ ଫାଶୀ ପରେ ନ୍ୟାୟ ପାଇଥିବା କହିଛନ୍ତି । ତାଙ୍କ ଝିଅ ଦୁନିଆରେ ନାହିଁ କି ଆଉ ଫେରିବନି , ସେ ସମସ୍ତ ଝିଅଙ୍କ ପାଇଁ ନ୍ୟାୟିକ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।