କେନ୍ଦ୍ରରେ ମୋଦି, ଓଡିଶାରେ ନବୀନ

ଦେଶରେ ୩୩୬ଟି ଆସନରେ ଏନଡିଏ ଆଗୁଆ, ଓଡିଶାରେ ୧୦୩ଟି ବିଧାନସଭା ଆସନରେ ବିଜେଡି ଆଗୁଆ

0 511

ନୂଆଦିଲ୍ଲୀ : ବିପୁଳ ବିଜୟ ସହ ଦେଶରେ ପୁଣି ଥରେ ମୋଦି ସରକାର କ୍ଷମତାକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଦିନ ୧୨ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୩୭ଟି ଆସନରେ ଆଗୁଆ ରହିଛି। ଏହା ସହିତ ବିଜେପି ନିଜର ୨୦୧୪ ରେକର୍ଡକୁ ମଧ୍ୟ ଭାଙ୍ଗିବାକୁ ଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ୨୦୧୪ ତୁଳନାରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିଥିବାବେଳେ ତାହା ବିଜେପିଠାରୁ ଅନେକ ପଛରେ ପଡିଯାଇଛି। କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଣ୍ଟ ୯୫ଟି ଆସନରେ ଆଗୁଆ ଅଛି ଓ ଅନ୍ୟମାନେ ୧୧୩ଟି ଆସନରେ ଆଗୁଆ ରହିଛନ୍ତି। ଦେଶରେ ପୁଣି ନରେନ୍ଦ୍ର ମୋଦି ସରକାର ଆସିବା ସ୍ପଷ୍ଟ ହୋଇଯାଇଥିବାରୁ ସେନସେକ୍ସରେ ପ୍ରବଳ ଉତ୍ସାହ ଦେଖାଦେଇ ଏହା ପ୍ରଥମ ଥର ପାଇଁ ୪୦ ହଜାର ପଏଣ୍ଟ ଟପିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିର ସ୍ମୃତି ଇରାନୀଙ୍କଠାରୁ ପଛରେ ରହିଛନ୍ତି।

ଓଡିଶାରେ ପୁଣି ବିଜେପି ସରକାର ଆସିବା ସ୍ପଷ୍ଟ ହୋଇଯାଇଛି। ଦିନ ୧୨ ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ବିଜେଡି ୧୦୪ଟି ବିଧାନସଭା ଆସନରେ ଆଗୁଆ ରହିଛି, ବିଜେପି ୨୮ଟି ଆସନରେ ଓ କଂଗ୍ରେସ ୧୧ଟି ଆସନରେ ଆଗୁଆ ରହିଛି। ସେହିପରି ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୭ଟି ଓ ବିଜେଡି ୧୪ଟି ଆସନରେ ଆଗୁଆ ରହିଛି।

Leave A Reply