ଲୋକସଭା ନିର୍ବାଚନ: ମତଗଣନା ଜାରି, ବିଜେପିକୁ ମିଳିବ କ୍ଷମତା!

0 394

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ସକାଳ ୮ ଟାରୁ ମତଗଣନା ଆରମ୍ଭ ହୋଇଯାଇଛି । ଦେଶର ୩୬ଟି ରାଜ୍ୟରେ ମତ ଗଣନା ଆଜି ରାତି ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଗଣତି ରିପୋର୍ଟରେ ଭାରତୀୟ ଜନତା ପାର୍ଟିକୁ ଚଳିତ ନିର୍ବାଚନରେ ବିଜୟ ମିଳିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି ।
ତାମିଲନାଡୁର ଭେଲୋର ଲୋକସଭା ଆସନ ବ୍ୟତିତ ଦେଶର ୫୪୨ଟି ଆସନରେ ଏବେ ମତଗଣନା ଜାରି ରହିଛି । ବିଜେପି ୩୩୫ ଆସନରେ ଆଗୁଆ ଥିବା ବେଳେ ୧୦୨ ଆସନ ଏବଂ ଅନ୍ୟ ଦଳମାନେ ୧୦୫ ଆସନରେ ଆଗୁଆ ଅଛନ୍ତି । ଉତ୍ତରଭାରତରେ ବିଜେପି ଆଗୁଆ ରହିଛି । ପଶ୍ଚିମ ଓ ମଧ୍ୟ ଭାରତରେ ବିଜେପିକୁ ଅପୁର୍ବ ସଫଳତା ମିଳିବ ବୋଲି ପୂର୍ବାନୁମାନ କରାଯାଉଛି । କର୍ଣ୍ଣାଟକ, ଓଡିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଖାତାକୁ ଅଧିକ ଆସନ ଯିବ ବୋଲି ଆଶା କରାଯାଉଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାରାଣସୀରୁୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗାନ୍ଧନଗରରୁ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା, ଭୋପାଳରୁ ସ୍ୱାଧୀ ପ୍ରଜ୍ଞା ଠାକୁର ଅଗୁଆ ଥିବା ବେଳେ ରାୟବରେଲିରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଛରେ ଅଛନ୍ତି । ଅନ୍ୟ ପଟରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଓ ଅଖିଲେଶ ଯାଦବ ଆଗୁଆ ଅଛନ୍ତି ।

ଓଡ଼ିଶା ବିଧାନସଭା

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି । ରିପୋର୍ଟ ଲେଖାଯିବା ବେଳକୁ ବିଜୁ ଜନତା ଦଳ ଆଗରେ ଥିବା ବେଳେ ଭାରତୀୟ ଜନତା ପାର୍ଟି ୨ୟ ସ୍ଥାନରେ ରହିଛି । କଂଗ୍ରେସ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି । ୧୪୭ ବିଶିଷ୍ଠ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାର ୧୧୩ ଆସନରୁ ବିଜେଡି ୭୮ ଓ ବିଜେପି ଆସନରେ ଆଗୁଆ ଅଛି । ସେହିପରି କଂଗ୍ରେସ ୯ ଏବଂ ଅନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି ।

Leave A Reply