କ୍ରିକେଟ ବିଶ୍ୱକପ-୨୦୧୯: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ ୭ ଦିନ ପରେ ଆରମ୍ଭ ହୋଇଯିବ । ଇଂଲଣ୍ଡ ଏବଂ ୱେଲ୍ସରେ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ମହାକୁମ୍ଭ ଜୁଲାଇ ୧୪ରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତ ସମେତ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ବିଶ୍ୱକପକୁ ମନୋନୀତ ଟିମ ଗୁଡ଼ିକ ଗୋଟିଏ ପରେ ଗୋଟି ଇଂଲଣ୍ଡ ପହଂଚୁଛନ୍ତି । ଏହି କ୍ରମରେ ମଙ୍ଗଳବାର ବିଳମ୍ବିତ ରାତିରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତ କରିଛି ।
Mumbai: Indian Cricket team departs for ICC Cricket World Cup 2019, being held in England and Wales from May 30 to July 14. pic.twitter.com/ovcbtnoOVc
— ANI (@ANI) May 21, 2019
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟିମର ଗସ୍ତ ପୂର୍ବରୁ ବସିସିଆଇ ଖେଳାଳିଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛି । ଭାରତୀୟ ଖେଳାଳି ମାନେ ମୁମ୍ବାଇ ଏୟାରପୋର୍ଟ ନିଜର ଫ୍ଲାଇଟ ପାଇଁ ଅପେକ୍ଷା କରିଥିବା ନଜର ଆସିଛି । ଅଧିନାୟକ ବିରାଟଙ୍କ ଠାରୁ ଆଶା କରାଯାଉଛି ଯେ, ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେବ । ଭାରତ ଏଯାଏଁ ୨ଥର ବିଶ୍ୱକପ ଜିତି ସାରିଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ୧୯୮୩ରେ ଓ ମହେନ୍ଦ୍ର ସିଂହ ଧୋନୀ ୨୦୧୧ରେ ବିଶ୍ୱକପ ଜିତି ଥିଲେ ।
ଭାରତୀୟ ଟିମର ଖେଳାଳିମାନେ ହେଲେ:
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ (ୱିକେଟକିପର), କେଦାର ଜାଧବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ବିଜୟ ଶଙ୍କର, ଦିନେଶ କାର୍ତ୍ତିକ, କେଏଲ ରାହୁଲ, ରବୀନ୍ଦ୍ର ଜାଦେଜା