ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପି.ଏସ୍‍.ଏ. ମେଡିକାଲ୍‍ ଅକ୍ସିଜେନ୍‍ ପ୍ଲାଣ୍ଟ୍‍ର ବ୍ୟବସ୍ଥା

0 2,871

ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପି.ଏସ୍‍.ଏ. ମେଡିକାଲ୍‍ ଅକ୍ସିଜେନ୍‍ ପ୍ଲାଣ୍ଟ୍‍ର ବ୍ୟବସ୍ଥା ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟରେ କେନ୍ଦ୍ର ସରକାରଙ୍କଦ୍ୱାରା ୨୧ଟି ପି.ଏସ୍‍.ଏ. ପ୍ଲାଣ୍ଟ୍‍ ସ୍ଥାପନ ହେଉଥିବାବେଳେ ଏଭଳି ଆହୁରି ୧୫ଟି ଜିଲ୍ଲାରେ ୧୯ଟି ପି.ଏସ୍‍.ଏ. ପ୍ଲାଣ୍ଟ୍‍ ସ୍ଥାପନା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଦେଶ କୋଭିଡ୍‍ ନାଇଣ୍ଟିନ୍‍ର ଦ୍ୱିତୀୟ ଲହର ସହ ଲଢ଼େଇ କରୁଥିବାବେଳେ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଏହାର ମୁକାବିଲା ପାଇଁ ବଳିଷ୍ଠ ପଦକ୍ଷେପ ନେବା ତଥା ରାଜ୍ୟଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଆହ୍ୱାନ କରିଛନ୍ତି । ସେହିପରି ଓଡ଼ିଶାରେ କରୋନା ପ୍ରସ୍ତୁତି ଓ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

ଗତମାସରେ ଜନସ୍ୱାସ୍ଥ୍ୟ ସୁବିଧାପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତବର୍ଷରେ ପି.ଏମ୍‍. କେୟାର୍ସ ଫଣ୍ଡରୁ ୫୫୧ ସମର୍ପିତ ପି.ଏସ୍‍.ଏ. ମେଡିକାଲ୍‍ ଅକ୍ସିଜେନ୍‍ ପ୍ରତିଷ୍ଠା ପାଇଁ ଜରୁରୀକାଳୀନ ମଞ୍ଜୁରୀ ଦେଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପୂର୍ବରୁ ଅତିରିକ୍ତ ୧୬୨ଟି ପି.ଏସ୍‍.ଏ. ପ୍ଲାଣ୍ଟ୍‍ ସ୍ଥାପନ ପାଇଁ ଆବଣ୍ଟନ କରିଥିଲେ । ତନ୍ମଧ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ୨୧ଟି ପି.ଏସ୍‍.ଏ. ପ୍ଲାଣ୍ଟ୍‍ ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରୁ ଡି.ଆର୍‍.ଡି.ଓ. ଦ୍ୱାରା ୭ଟି, ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରଣାଳୟ ଦ୍ୱାରା ୭ଟି ଏବଂ ଭାରତ ସରକାରଙ୍କ ପି.ଏମ୍‍. କେୟାର୍ସ ଫଣ୍ଡରୁ ୭ଟି ପି.ଏସ୍‍. ପ୍ଲାଣ୍ଟ୍‍ ପ୍ରତିଷ୍ଠା ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ତେଣୁ ଏହି ସଙ୍କଟ ସମୟରେ ତୁରନ୍ତ ଏଭଳି ପଦକ୍ଷେପ ନେବାପାଇଁ ଶ୍ରୀ ପ୍ରଦାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର  ହର୍ଷବର୍ଦ୍ଧନଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଅନୁରୋଧ କରିଛନ୍ତି । ଏହି ସମୟୋପଯୋଗୀ ପଦକ୍ଷେପ ରାଜ୍ୟର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply