ଓଡ଼ିଶାରୁ ୧୦ଟି ଅମ୍ଳଜାନ ଅଭାବ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି ରହିଛି

0 2,645

 

ଓଡ଼ିଶାରୁ ୧୦ଟି ଅମ୍ଳଜାନ ଅଭାବ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି  ରହିଛି । ଆଜି ସୁଦ୍ଧା ୭୨୬ଟି ଟ୍ୟାଙ୍କର୍‌ ଯୋଗେ ୧୩ ହଜାର ୩୦୫ ଟନ୍‍ରୁ ଅଧିକ ଅମ୍ଳଜାନ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ହରିୟାଣା ଓ ରାଜସ୍ଥାନ ଭଳି ୧୦ ରାଜ୍ୟକୁ ଅମ୍ଳଜାନ ପଠାଯାଇଛି । ଅନୁଗୁଳ ଜିଲ୍ଲାରୁ ୭୦ଟି  ଟ୍ୟାଙ୍କରରେ ୧ ହଜାର ୧୪୨ ମେଟ୍ରିକ ଟନ୍‌, ଢେଙ୍କାନାଳ ଜିଲ୍ଲାରୁ ୧୯୬ଟି ଟ୍ୟାଙ୍କରରେ ୩ ହଜାର ୧୨୪ ମେଟ୍ରିକ ଟନ୍‌, ଯାଜପୁର ଜିଲ୍ଲାରୁ ୧୭୫ଟି ଟ୍ୟାଙ୍କରରେ ୩ ହଜାର ୭୮୨ ମେଟ୍ରିକ ଟନ୍‌ ଏବଂ ରାଉରକେଲାରୁ ୨୭୫ଟି ଟ୍ୟାଙ୍କରରେ ୫ ହଜାର ମେଟ୍ରିକ ୨୫୫ ଟନ୍‌ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

Leave A Reply