ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୩.୦୫ ପ୍ରତିଶତ

0 1,027

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଉପରେ ରହିଥିଲା । ଆଜି ୯୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୨୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବାବେଳେ ୩୭୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି ।

ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୮୮ ଜଣ ରହିଥିବା ବେଳେ ସୁନ୍ଦରଗଡ଼ରୁ ୮୫, କଟକରୁ ୭୦, ଖୋର୍ଦ୍ଧାରୁ ୬୮, କେନ୍ଦୁଝରରୁ ୫୧ ଏବଂ ଅନୁଗୁଳରୁ ୫୦ ଜଣ ଅଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲାରୁ ୪୩, ଜଗତ୍‍ସିଂହପୁରରୁ ୪୨,
ବାଲେଶ୍ୱରରୁ ୩୯, ବରଗଡ଼ ଓ ବଲାଙ୍ଗିରରୁ ୩୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୩୬, ବୌଦ ଓ ନୂଆପଡ଼ାରୁ ୨୬ ଜଣ ଲେଖାଏଁ, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୨୩, ପୁରୀରୁ ୨୦, ନୟାଗଡ଼ରୁ ୧୯, ଢେଙ୍କାନାଳରୁ ୧୭, କଳାହାଣ୍ଡିରୁ ୧୬, ନବରଙ୍ଗପୁରରୁ ୧୫, କୋରାପୁଟରୁ ୧୦, ଭଦ୍ରକ ଓ ଗଞ୍ଜାମରୁ ୮ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୭, କନ୍ଧମାଳ ଓ ରାୟଗଡ଼ାରୁ ୬, ମାଲକାନଗିରିରୁ ୫, ଗଜପତିରୁ ୪, ଦେବଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତକାଲି ୧ ହଜାର ୫୦୪ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ବୃଦ୍ଧିପାଇ ୨ ଲକ୍ଷ ୯୫ ହଜାର ୨୪୫ରେ ପହଞ୍ଚିଛି । ଏବେ ରାଜ୍ୟରେ ୧୧ ହଜାର ୯୮ ଜଣ ସକ୍ରିୟ ଚିକିତ୍ସାଧିନ ଅଛନ୍ତି । ଆଜି ରାଜ୍ୟରେ ୧୫ ଜଣ ସଂକ୍ରମିତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୫୧୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ, ମୟୂରଭଞ୍ଜରୁ ୨, ଜଗତ୍‍ସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ
ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୩ ଦଶମିକ ୦/୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାରରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଜଣାପଡିଛି । ସମୁଦାୟ ୮୧ ଲକ୍ଷ ୬୩ ହଜାରରୁ ଅଧିକ
ଲୋକ କୋଭିଡ୍‍ ସଂକ୍ରମଣରୁ ଆରୋଗ୍ୟଲାଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୦ ହଜାର ସକ୍ରିୟ ମାମଲା ରହିଥିବାର ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୬୪୪ଟି ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସକ୍ରିୟ ମାମଲା ୮୭ ଲକ୍ଷ ଅତିକ୍ରମ କରିଛି । କେନ୍ଦ୍ର ସରକାରଙ୍କର ତ୍ୱରିତ ପଦକ୍ଷେପ ଏବଂ ସଠିକ୍‍ କାର୍ଯ୍ୟଶୈଳୀ ଯୋଗୁଁ ଆରୋଗ୍ୟ ହାର ଅଧିକା ରହିବା ସହିତ ମୃତ୍ୟୁହାର
ହ୍ରାସପାଇଛି । ବର୍ତ୍ତମାନ ମୃତ୍ୟୁହାର ୧ ଦଶମିକ ୪/୭ ପ୍ରତିଶତ ରହିଛି, ଯାହାକି ବିଶ୍ୱ ମୃତ୍ୟୁହାର ତୁଳନାରେ ସବୁଠାରୁ କମ୍‍ ଅଟେ । ଗତ ୨୪ ଘଣ୍ଟା ମଧ୍ୟରେ ୫୪୦ ଜଣଙ୍କର ପ୍ରାଣହାନୀ ଘଟିବା ପରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୨୯ ହଜାର ୧୮୮ରେ ପହଞ୍ଚିଛି । ଭାରତୀୟ ଭେଷଜ ଗବେଷଣା କେନ୍ଦ୍ର – ଆଇ.ସି.ଏମ୍‍.ଆର୍‍. ସୂଚନା ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷ ୨୯ ହଜାର ନମୂନା ପରୀକ୍ଷା କରାଯାଇ ଥିବାବେଳେ ସମୁଦାୟ ୧୨ କୋଟି ୪୦ ଲକ୍ଷ ନମୂନା ପରୀକ୍ଷା କରାଯାଇସାରିଲାଣି ।
ଊରଗ୍ଦଳ

Leave A Reply