ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ

0 1,910

ଆସନ୍ତା ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’୧୫ରୁ ଆରମ୍ଭ ହୋଇ ଜୁନ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଦଶମଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ’ ୨ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱାଦଶଶ୍ରେଶୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ମେ’ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ବିଶ୍ୱବ୍ୟାପି କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ଶିକ୍ଷାନୁଷ୍ଠାଗୁଡିକ ବନ୍ଦ ରହିଥିଲା ।

Leave A Reply