ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ

0 7,094

ନୂଆଦିଲ୍ଲୀ – ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆସନ୍ତାକାଲି ସୋମବାର ଠାରୁ ଆରମ୍ଭ ହେବ । କୋ ଭିଡ ନାଇଣ୍ଟିନ ମହାମାରୀକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହିଭଳି ଦୁଇଟି ସିଫ୍ଟରେ ଏହି ଅଧିବେଶନ ବସିବ । ତେବେ ପ୍ରଥମ ଦିନ ବ୍ୟତୀତ ଅନ୍ୟ ସବୁଦିନ ରାଜ୍ୟସଭା ବୈଠକ ସକାଳ ସିଫ୍ଟ ଏବଂ ଲୋକସଭା ବୈଠକ ସନ୍ଧ୍ୟା ସିଫ୍ଟରେ ଅନୁଷ୍ଠିତ ହେବ । ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ମୋଟ ୧୮ଟି ବୈଠକ ବସି ୪୭ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ଏହାଛଡା ଅଧିବେଶନ କାଳରେ ଅଧ୍ୟାଦେଶ ସ୍ଥାନରେ ୧୧ଟି ବିଲ୍‍କୁ ଉପସ୍ଥାପିତ ହେବ । ଏହିସବୁ ବିଲ୍‍ ମଧ୍ୟରେ ରହିଛି -କୃଷକଙ୍କ ଉତ୍ପାଦ, ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ତଥା ସୁବିଧା ପ୍ରଦାନ) ବିଲ୍‍- ୨୦୨୦, ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ ସଂଶୋଧନ ବିଲ – ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ-୨୦୨୦, ବ୍ୟାଙ୍କିଙ୍ଗ୍‍ ନିୟାମକ ସଂଶୋଧନ-୨୦୨୦, ମହାମାରୀ ରୋଗ ସଂଶୋଧନ ବିଲ – ୨୦୨୦, ମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ସଂଶୋଧନ ବିଲ-୨୦୨୦ । ଏହାଛଡା ଏହି ଅଧିବେଶନ କାଳରେ ଅନେକଗୁଡିଏ ନୂତନ ବିଲ୍‍ ଉପସ୍ଥାପନ କରାଯାଇ ଆଲୋଚନା ପରେ ଗୃହୀତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply