ପାର୍ବଣ ଋତୁରେ ଅଧିକ ଅମାନିଆ ହେଲେ ଗିରଫ କରାଯିବାର ଚେତାବନୀ ଦେଇଛନ୍ତି ପୁଲିସ୍‍ କମିଶନର୍‍

0 84

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ କଟକ-ଭୁବନେଶ୍ୱର ଟୁଇନ୍‍ସିଟିରେ କରୋନା କଟକଣା ସ୍ୱରୂପ ଆସନ୍ତା ୧୧ ତାରିଖଠାରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଜୀବନ ଆଗ, ପାର୍ବଣ ପଛ ବୋଲି ପୁଲିସ୍‍ କମିଶନର୍‍ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୧୧ ତାରିଖଠାରୁ ପୂଜାପାଇଁ କୋଭିଡ୍‍ ନିୟମ ଲାଗୁ ହେବ । ଟୁଇନ୍‍ସିଟିରେ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ୍‍ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଅମାନିଆଙ୍କ ପାଇଁ ଜରିମାନା ବ୍ୟବସ୍ଥା ରହିଛି । ଅଧିକ ଅମାନିଆ ହେଲେ ସେମାନଙ୍କୁ ଗିରଫ କରାଯିବାର ବି ଚେତାବନୀ ଦେଇଛନ୍ତି ପୁଲିସ୍‍ କମିଶନର୍‍ ।

Leave A Reply