କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଟିକ୍ଟକ୍ରେ ଭିଡ଼ିଓ ଅପ୍ଲୋଡ୍ କରିଥିବା ୬ଜଣଙ୍କ ବିରୋଧରେ ମାମଲା ରୁଜୁ
ଭଦ୍ରକ – ଭଦ୍ରକ ଜିଲ୍ଲାର ଭାଟପଡା ପଞ୍ଚାୟତର ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଲୋକମାନେ ଟିକ୍ଟକ୍ରେ ଭିଡ଼ିଓ ଅପ୍ଲୋଡ୍ କରିଥିବା ଜଣାପଡିବା ପରେ ସେଠାରେ ରହୁଥିବା ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି ଘଟଣାରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେ ମଧ୍ୟ ସମସ୍ତ ନିୟମକୁ
ମାନିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଇତିମଧ୍ୟରେ ସୁରଟରୁ ୪୮୫ଜଣ ଏବଂ କେରଳରୁ ୯୮ଜଣ ପ୍ରବାସୀ ଓଡ଼ିଆ ଭଦ୍ରକରେ
ପହଞ୍ଚିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ।