ରାଉରକେଲାସ୍ଥିତ ନାଲାରୋଡ଼ରେ ବାରିକେଡ୍‍ ଭାଙ୍ଗି ପୁଲିସ ଉପରେ ଆକ୍ରମଣ

0 927

ରାଉରକେଲା – ଆଜି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ନାଲାରୋଡ଼ର ଜଣେ ୨୯ ବର୍ଷୀୟ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ପୁଲିସ ଉପରକୁ ଲୋକମାନେ ପଥରମାଡ଼ କରିଛନ୍ତି । କିଛି ଲୋକ ସେଠାରେ ବାରିକେଡ୍‍ ଭାଙ୍ଗି ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିବା ପରେ ଘଟଣାସ୍ଥଳକୁ ଅଧିକ ପୁଲିସ ଫୋର୍ସ ପଠାଯାଇଛି ।

କୋରାପୁଟ ଜିଲ୍ଲାର ପୋଡାଗଡରେ କଣ୍ଟେନମେଣ୍ଟ ଅବଧିକୁ ଆସନ୍ତା କାଲି ଦିନ ୧୨ଟା ଯାଏଁ ବୃଦ୍ଧି କରାଯାଇଛି । ସେହି ଅଞ୍ଚଳରେ ଗତ ୨ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧି ବୃଦ୍ଧି କରାଯାଇଥିଲା ।

Leave A Reply