୧୪ ଦିନିଆ ପୃଥକବାସରେ ରହିବେ ଲକ୍‌ଡାଉନ୍‌ ଉଲ୍ଲଘଂନକାରୀ

0 2,207

ଭୁବନେଶ୍ୱର – ଲକ୍‍ଡାଉନ୍‍ ଉଲ୍ଲଙ୍ଘନକାରୀଙ୍କୁ ୧୪ଦିନିଆ ପୃଥକ କେନ୍ଦ୍ରରେ ରଖିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ୍‍ ଗୌବା ଏବଂ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍‍ ମହାନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରି ଏହି ପରାମର୍ଶ ଦେଇଛନ୍ତି ।

ଲକ୍‍ଡାଉନ୍‍ ସମୟରେ ରାଜପଥରେ ଯେପରି ଭିଡ଼ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି । ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଶ୍ରମଜୀବୀ ନିଜ ନିଜ ଘରକୁ ଫେରୁଥିବାବେଳେ ସୃଷ୍ଟି ହୋଇଥିବା ଭିଡ଼କୁ ଲକ୍ଷ୍ୟ କରି ଏଭଳି ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Leave A Reply