କୁମ୍ଭକର୍ଣ୍ଣଙ୍କ ଖାଇବା-ଶୋଇବାର ପୁନାରାବୃତ୍ତି:ଏହେ କୋଭିଡ୍ ଲକ୍‌ଡାଉନ୍‌ରେ ଦେଉଛି ପ୍ରେରଣା

0 2,314

ନୂଆଦିଲ୍ଲୀ – କରୋନା ଲକ୍‌ଡାଉନ୍‌ପାଇଁ ଦୂରଦର୍ଶନରେ ୧୯୮୭ ମସିହାର ଲୋକପ୍ରିୟା ଧାରାବାହିକ ରାମାୟଣ ମହାଭାରତ ସହ ଅନେକ ଅନ୍ୟ ଧାରାବାହିକ ପ୍ରସାରିତ ହେଉଛି । ଦୂରଦର୍ଶନରେ ଏହି ସବୁ ଧାରାବାହିକ ପ୍ରସାରିତ ହେଉଛି । କୋଟ କୋଟି ଦର୍ଶକ ଏହି ଧାରାବାହିକକୁ ଉପଭୋଗ କରୁଛନ୍ତି । ଲୋକମାନେ ରାମ, ଲକ୍ଷ୍ମଣ ହନୁମାନଙ୍କ ଚରିତ୍ର ପ୍ରତି ବେଶୀ ଆକୃଷ୍ଟ ।

ମାତ୍ର ଲକ୍‌ଡାଉନ୍‌ ବେଳେ ଅଧିକାଂଶ ଲୋକ କୁମ୍ଭକର୍ଣ୍ଣ ଚରିତ୍ରରେ ପ୍ରଭାବିତ ହୋଇଥିବା ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି । କୁମ୍ଭକର୍ଣ୍ଣ ଖାଇବା ସହ ୬ ମାସ ଶୋଉଥିଲେ । ଲକ୍‌ଡାଉନ୍‌ ସମୟରେ ଖାଇକରି ଘରେ ଶୋଇବା ପାଇଁ ଉପଦେଶ ଦିଆଯାଇଛି । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଘରେ ରହିବା ସବୁଠାରୁ ସୁରକ୍ଷିତ ରହିବେ । କୁମ୍ଭକର୍ଣ୍ଣ ପରି ଘରୁ ବାହାରିଲେ ମୃତ୍ୟୁ ପରି ବିପଦକୁ ସାମ୍ନା କରିବାକୁ ପଡିପାରେ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।

ଏବେ ସୋସିଆଲ୍‌ ମିଡିଆର କୁମ୍ଭକର୍ଣ୍ଣଙ୍କ ଚରିତ୍ରର ଲୋକପ୍ରିୟତା ବଢିବା ସହ ଅନେକ ମଜାଦାର ଟ୍ୱିଟ ମଧ୍ୟ ଲୋକମାନେ କରିଛନ୍ତି ।

Leave A Reply