ନୂଆଦିଲ୍ଲୀ – କଳ୍ପନା କରନ୍ତୁ ଆପଣ ଶୋଇକରି ଉଠିବା ବେଳେ ଦେଖିବେ ଆପଣଙ୍କ ଆକାଉଣ୍ଟରେ ପଇସା ଜମା ହୋଇଛି । ଏହା ଏକ କଳ୍ପନା ମାତ୍ର । ଏହା କେବଳ ହେଲିକପ୍ଟର ମନି ଦ୍ୱାରା ସମ୍ଭବ । ହେଲିକପ୍ଟର ମନି ହେଉଛି ସରକାର ଆକାଉଣ୍ଟରେ ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଥିବା ଟଙ୍କା । ଏହା ପଛରେ ଉଦ୍ଦେଶ୍ୟ ହେଉଛି ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା । ଅର୍ଥନୀତିକୁ ମଜବୁତ କରିବା ।
୧୯୬୯ରେ ପ୍ରଥମେ ହେଲିକପ୍ଟର ମନିର ପ୍ରୟୋଗ ହୋଇଥିଲା। ନେବେଲ୍ ପୁରସ୍କାର ପାଇଥିବା ଅର୍ଥଶାସ୍ତ୍ରୀ ମିଲଟନ୍ ଫ୍ରିଡମେନ୍ ଏହା କରିଥିଲେ । ହେଲିକପ୍ଟର ମନି ନାଁରୁ ଏପରି ଲାଗୁଛି ଆକାଶରୁ ଟଙ୍କା ଖସିବ । ମାତ୍ର ଏହା ଅର୍ଥ ବ୍ୟବସ୍ଥାର ଏକ ଅଂଶ । ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବଡ ନୋଟ୍ ଛାପିବା ଏହାକୁ ବଜାରକୁ ଆଣିବା ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କରାଯାଇଥାଏ ।
ବର୍ତମାନ କରୋନା ସଙ୍କଟକୁ ଦେଖି ବିଭିନ୍ନ ଦେଶରେ ଏହାର ଚର୍ଚ୍ଚା ହେଉଛି। ୨୦୦୮ ଆର୍ଥିକ ମାନ୍ଦାବସ୍ଥା ବେଳେ ୟୁନିୟ ତଥା କେନ୍ଦ୍ରୀୟ ବ୍ୟାଙ୍କ ଟ୍ରିଲିୟନ ଡଲାର ,ୟୁରୋ, ୟେନ୍ ହେବା ପରେ ମଧ୍ୟ ଆର୍ଥିକ ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିଲେ ।
ଅନେକ ଦେସ ଏହି ପଦକ୍ଷେପ ଗ୍ରହଣ କରିଥାଆନ୍ତି । ବର୍ତ୍ତମାନର ପରିସ୍ଥିତିରେ ଜାପାନ ଓ ଆମେରିକା ହେଲିକପ୍ଟର ମନିର ପ୍ରୟୋଗ କରିପାରନ୍ତି । ଏପରି କଲେ ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତି ମିଳିପାରିବ ।
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଥିଲେ । ଆର୍ବିଆକୁ ଏପରି କିଛି ପଦକ୍ଷେପ ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ରାଜ୍ୟ ଓ ବିତ୍ତୀୟ ସଂସ୍ଥାକୁ ଧନ ଅର୍ଜନ କରିବାରେ ସହାୟତା ମିଳିପାରେ ।