କୋଣାର୍କ ମନ୍ଦିର ଓ ସହର ସମ୍ପୂର୍ଣ୍ଣ ସୌରଚାଳିତ ହେବ
କୋଣାର୍କ ମନ୍ଦିର ଓ ସହରକୁ ସମ୍ପୂର୍ଣ୍ଣ ସୌରଚାଳିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ଆଧୁନିକ ପ୍ରଣାଳୀରେ ସମ୍ପୂର୍ଣ୍ଣ ସୌରଚାଳିତ କରାଯିବ । ଏଥିରେ ଦଶ ମେଗାୱାଟ୍ ସଂଯୁକ୍ତ ଏକ ସୌର ପ୍ରକଳ୍ପ ସହ ସୌର ବୃକ୍ଷ ଓ ସୌର ପାନୀୟ ଜଳ ଯୋଜନାର ପରିକଳ୍ପନା କରାଯାଇଛି । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ୨୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରିଥିବା ବେଳେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ୧୦୦ ପ୍ରତିଶତ ସୌର ଚାଳିତ ହେବା ପରେ ସୂର୍ଯ୍ୟ ମନ୍ଦିର ଓ ସହର ସୂର୍ଯ୍ୟନଗରୀ ଭାବେ ପରିଚିତି ଲାଭ କରିବ ।