ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଏଣିକି ପାର୍କିଂ ଫି ଆଦାୟ କରିବେ କିନ୍ନର । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ଷ୍ଟପ୍ ନିକଟରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ବିଏମସି କମିଶନର ସହରର ଦୁଇଟି ପ୍ରମୁଖ ପାର୍କିଂ ସ୍ଥଳୀରୁ ଦେୟ ଆଦାୟ ପାଇଁ ଅଗ୍ରଣୀ କିନ୍ନର ସଂଗଠନ ‘ଟିଜି’କୁ ଅନୁମତି ଦେଇଛନ୍ତି । ପରୀକ୍ଷାମୂଳକ ଭାବେ ଦୁଇମାସ ପାଇଁ ଏହି ପାର୍କିଂ ଲଟ୍ଗୁଡିକ ଦିଆଯାଇଛି । କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାର ପ୍ରଚେଷ୍ଟା ସ୍ୱରୂପ ବିଏମସି ପକ୍ଷରୁ ଏହି ପଦକ୍ଷେପ ହାତକୁ ନିଆଯାଇଛି । ନିୟମିତଭାବେ ଏହି କାର୍ଯ୍ୟକ୍ରମର ତଦାରଖ
କରାଯିବ ବୋଲି ବିଏମ୍ସି କମିଶନର ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ।