ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଜଗନ୍ନାଥଙ୍କର ଅନୁଷ୍ଠିତ ହେଲା କାଳୀୟ ଦଳନ ଓ ଧେନୁକାସୁର ବଧ ଲୀଳା
ପୁରୀ – କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ ରାମ କୃଷ୍ଣ ଭିତର ସିଂହାସନକୁ ବେଜ କରିଥିଲେ । ଏହାପରେ ଲୋକନାଥ ରାସ୍ତାରେ ଥିବା ଲବଣୀ ଖିଆ ମଣ୍ଡପକୁ ଯାଆନ୍ତି । ସେଠାରେ ମହା ଭୋଇ ଘରର ମହିଳାମାନେ ଲବଣୀ ଖୁଆଇ ଥାଆନ୍ତି । ପରେ ମାର୍କଣ୍ଡ ପୋଖରୀ ନିରଟରେ ମଞ୍ଚା ତିଆରି ହୋଇଥାଏ । ସୋଲ କନାରେ କୃଷ୍ଣକାୟ ସର୍ପ ତିଆରି କରାଯାଇ ଥାଏ । ଆଉ ଜଣେ ଗରୁଡ ବେଶରେ ଥାଆନ୍ତି । କୃଷ୍ଣଙ୍କ କାଳୀୟ ନାଗ ଦଂଶନ କରିବା ପରେ ଗରୁଡ ବିଷ ଝାଡିବା ସହ ଅମୃତ ଲଡୁ ଦେଇ ଥାଆନ୍ତି ।
ଏହି ଦିନ ସନ୍ଧ୍ୟାଧୂପ ପରେ ଜଗନ୍ନାଥଙ୍କର କାଳୀୟ ଦଳନ ବେଶ ହୋଇଥାଏ। ,କୁଣ୍ଢେଇ ବେଣ୍ଟ ସାହି ଲୋକଙ୍କ ଦ୍ୱାରା ଧେନୁକାସୁର ବଧ ଲୀଳା ଅନୁଷ୍ଠିତ ହୁଏ ।