ପୁରୀ – ଜନ୍ମଷ୍ଟମୀ ପରଠାରୁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ ରାମ କୃଷ୍ଣ ଭିତର ସିଂହାସନକୁ ବେଜ କରିଥିଲେ । ଏହାପରେ ଲୋକନାଥ ରାସ୍ତାରେ ଥିବା ଲବଣୀ ଖିଆ ମଣ୍ଡପକୁ ଯାଆନ୍ତି । ସେଠାରେ ମହା ଭୋଇ ଘରର ମହିଳାମାନେ ଲବଣୀ ଖୁଆଇ ଥାଆନ୍ତି । ପରେ ମାର୍କଣ୍ଡ ପୋଖରୀ ନିରଟରେ ମଞ୍ଚା ତିଆରି ହୋଇଥାଏ । ସୋଲ କନାରେ କୃଷ୍ଣକାୟ ସର୍ପ ତିଆରି କରାଯାଇ ଥାଏ । ଆଉ ଜଣେ ଗରୁଡ ବେଶରେ ଥାଆନ୍ତି । କୃଷ୍ଣଙ୍କ କାଳୀୟ ନାଗ ଦଂଶନ କରିବା ପରେ ଗରୁଡ ବିଷ ଝାଡିବା ସହ ଅମୃତ ଲଡୁ ଦେଇ ଥାଆନ୍ତି ।
ଏହି ଦିନ ସନ୍ଧ୍ୟାଧୂପ ପରେ ଜଗନ୍ନାଥଙ୍କର କାଳୀୟ ଦଳନ ବେଶ ହୋଇଥାଏ। ,କୁଣ୍ଢେଇ ବେଣ୍ଟ ସାହି ଲୋକଙ୍କ ଦ୍ୱାରା ଧେନୁକାସୁର ବଧ ଲୀଳା ଅନୁଷ୍ଠିତ ହୋଇଥିଲା
ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦରେରେ ମଧ୍ୟାହ୍ନ ଧୂପ ପରେ ବଳଭଦ୍ରଙ୍କର ବଡ ବାଡରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ । ଏବି ବେଶରେ ଠାକୁରଙ୍କ ହସ୍ତର ଦୁଇଟି ବଡ କୋରା ଲାଗି ହୋଇଥାଏ । ଏହି ଦିନ ସନ୍ଧ୍ୟାଧୂପ ସରିଲେ ରାମକୃଷ୍ଣ ଦକ୍ଷିଣ ଘରୁ ସିଂହାସନକୁ ଆସି ଆଜ୍ଞାମାଳ ନେଇ ଜଗମୋହନରେ ଥିବା ଖଟ ଉପରେ ବସାନ୍ତି । ଦୋଳମଣ୍ଡପ ସାହି ଦ୍ୱାରା ପ୍ରଳମ୍ବାସୁର ବଧ ଲୀଳା ଅନୁଷ୍ଠିତ ହୁଏ ।