ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ , ଏକ ଟଙ୍କାରେ ମିଳିବ….

0 1,832

ନୂଆଦିଲ୍ଲୀ -ମହିଳାଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ଆଉ ଏକ ସୁଦୂରପ୍ରସାରୀ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସାନିଟାରୀ ନ୍ୟାପ୍‍କିନ୍‍ର ମୂଲ୍ୟ ୧ ଟଙ୍କାକୁ ହ୍ରାସ କରିଛନ୍ତି ।  ଦେଶର ବିଭିନ୍ନ ସ୍ଥାନରେ ଥିବା ଜନଔଷଧି କେନ୍ଦ୍ରରେ ଏହି ନ୍ୟାପକିନ୍‍ ସୁଲଭ ମୂଲ୍ୟରେ ମିଳିବ । ପୂର୍ବରୁ ‘ସୁବିଧା’ ନାମରେ ଉପଲବ୍ଧ ହେଉଥିବା ଏହି ନ୍ୟାପକିନ୍‍ ଖଣ୍ଡ ପ୍ରତି ୨ଟଙ୍କା ୫୦ ପଇସାରେ ବିକ୍ରି ହେଉଥିଲା । ଦେଶର ପ୍ରାୟ ୫ ହଜାର ୫୦୦ ଜନ ଔଷଧି କେନ୍ଦ୍ରରେ ଏହି ନ୍ୟାପକିନ୍‍ ଆସନ୍ତାକାଲିଠାରୁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସାର ଓ
ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି । ଗୋଟିଏ ପ୍ୟାକେଟ୍‍ରେ ୪ଟି ନ୍ୟାପକିନ୍‍ ଥାଇ ପୂର୍ବରୁ ଏହା ୧୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଏହା ଏବେ ୪ଟଙ୍କାରେ ବିକ୍ରି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିଭଳି ଏହି ସାନିଟାରୀ ନ୍ୟାପକିନ୍‍ ଯୋଜନା ଦେଶରେ ୨୦୧୮ମାର୍ଚ୍ଚରେ ଆରମ୍ଭ କରାଯାଇଥିଲା ଏବଂ ୨୦୧୮ ମେ ମାସରୁ ବିଭିନ୍ନ ଜନ ଔଷଧି କେନ୍ଦ୍ରରେ ଉପଲବ୍ଧ ହୋଇ ଆସିଥିବାବେଳେ ଗତ ୧ ବର୍ଷରେ ପ୍ରାୟ ୨ କୋଟି ୨ଲକ୍ଷ ସାନିଟାରୀ ନ୍ୟାପ୍‍କିନ୍‍ ଦେଶବ୍ୟାପୀ ବିକ୍ରି ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply