ନୂଆଦିଲ୍ଲୀ – ଜଷ୍ଟିସ୍ ଶରଦ ଅରବିନ୍ଦ୍ ବୋବ୍ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଆସନ୍ତା ନଭେମ୍ବର ୧୭ ତାରିଖରେ ବର୍ତ୍ତମାନ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ ଅବସର ନେବେ।
ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମ୍କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବୋବ୍ଡେଙ୍କ ନାମକୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ କରିଛନ୍ତି। ଜଷ୍ଟିସ୍ ବୋବ୍ଡେ ପୂର୍ବରୁ
ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସେ ୨୦୨୧ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ।