ଆଇଆର୍ଏଫ୍ସି ପକ୍ଷରୁ ୨୦ ବର୍ଷୀୟ ବଣ୍ଡ୍ ଜରିଆରେ ବଜାରରୁ ୧୩୭୫ କୋଟି ଟଙ୍କା ହାସଲ
ଭୁବନେଶ୍ୱର: ଭାରତୀୟ ରେଳର ଉତ୍ସର୍ଗୀକୃତ ଫାଇନାନ୍ସ କଂପାନି ଇଣ୍ଡିଆନ୍ ରେଲ୍ୱେ ଫାଇନାନ୍ସ କର୍ପୋରେସନ୍ (ଆଇଆର୍ଏଫ୍ସି) ଡୋମେଷ୍ଟିକ୍ ବଣ୍ଡ ଜାରି କରି ୧୩୭୫ କୋଟି ଟଙ୍କା ହାସଲ କରିଛି । ଏହି ପାଣ୍ଠିକୁ ୬.୮୦ ପ୍ରତିଶତ କୁପନ୍ ହାରରେ ୨୦ ବର୍ଷୀୟା ମାଚ୍ୟୁରିଟି ଜରିଆରେ ହାସଲ କରାଯାଇଛି ଯାହା ଭାରତ ସରକାରଙ୍କ ସିକ୍ୟୁରିଟିର ୟିଲ୍ଡ ତୁଳନାରେ ୧୮ ପଏଣ୍ଟ କମ୍ । ପ୍ରଥମ ଥର ଲାଗି କୌଣସି ଶ୍ରେଷ୍ଠ ମାନର ସରକାରୀ ସଂସ୍ଥା ସୋଭରେନ୍ ବଣ୍ଡ୍ ତୁଳନାରେ ଏତେ ଅଧିକ ମାର୍ଜିନ୍ ପ୍ରଦାନ କରିଛି । ଆଇଆର୍ଏଫ୍ସି ପେପର୍ରେ ଦେଶର ସର୍ବବୃହତ୍ ଡେବ୍ଟ୍ ନିବେଶକଙ୍କ ବିଶ୍ୱାସକୁ ଏହା ପ୍ରଦର୍ଶିତ କରୁଛି ।
କଂପାନି ତରଫରୁ ବିଜ୍ଞପ୍ତିରେ କୁହାଯାଇଛି ଯେ, “ଏହି ବଣ୍ଡ୍ ଇସ୍ୟୁକୁ ଦୀର୍ଘମିଆଦୀ/ଅଲ୍ଟ୍ରା ଦୀର୍ଘ ମିଆଦୀ ନିବେଶକଙ୍କ ତଥା ବିଶେଷ କରି ଭବିଷ୍ୟନିଧି ପାଣ୍ଠି ଭଳି ସବୁ ପ୍ରକାର ନିବେଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି । ମୂଳ ଇସୁୃ୍ୟ ଆକାର ୫୦୦ କୋଟି ଟଙ୍କା ହୋଇଥଇବା ବେଳେ ଏହା ଛଅ ଗୁଣା ଅଧିକ ସବ୍ସ୍କ୍ରାଇବ୍ ହୋଇଛି ।’’
ଚଳିତ ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅନୁସାରେ କଂପାନି ୧୩୭୫ କୋଟି ଟଙ୍କାର ଅର୍ଥ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହି ଇସ୍ୟୁ ସହିତ ୨୦ ବର୍ଷୀୟା ବଣ୍ଡ୍ ଜରିଆରେ କ୍ରମବର୍ଦ୍ଧିଷ୍ଣୁ ବଣ୍ଡ୍ ଇସ୍ୟୁ ଦେଶର ପୁଂଜି ବଜାରରେ ଚଳିତ ଆର୍ଥିକ ବର୍ଷରେ ୧୩,୯୭୦ କୋଟି ଟଙ୍କାରେ ପହଂଚିଛି । ଦେଶରେ କର୍ପୋରେଟ୍ ବଣ୍ଡ୍ର ଅବଧି ହେଉଛି ୧୦ ବର୍ଷ । ଆଇଆର୍ଏଫ୍ସିର ଏହି ଇସ୍ୟୁ ଦୀର୍ଘମିଆଦୀ ଓ ଅଲ୍ଟ୍ରା ଦୀର୍ଘମିଆଦୀ ଅବଧି ପାଇଁ କର୍ପୋରେଟ୍ ବଣ୍ଡ୍ ବଜାରକୁ ଆହୁରି ଦୃଢ଼ କରିଛି ଏବଂ ୟିଲ୍ଡ ଅନୁସାରେ ଏକ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି ।
ରେଳବାଇର ଅଭିବୃଦ୍ଧି, ସଂପ୍ରସାରଣ ଓ ଆଧୁନିକୀକରଣରେ ଆଇଆର୍ଏଫ୍ସି ପ୍ରମୁଖ ଭୂମିକା ନିର୍ବାହ କରୁଛି । ଚଳିତ ଆର୍ଥିକ ବର୍ଷରେ ୧ ଟ୍ରିଲିଅନ୍ ଟଙ୍କାର ଋଣ ପ୍ରଦାନ କରିବା ଲାଗି କଂପାନିକୁ ଲକ୍ଷ୍ୟ ପ୍ରଦାନ କରାଯାଇଛି । ବିଗତ ୬ ବର୍ଷରେ ଆଇଆର୍ଏଫ୍ସିର ଆବଣ୍ଟନର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ୪୫.୭୦ଧ ରହିଛି । ବିବିଧ ଉତ୍ସରୁ ପାଣ୍ଠି ହାସଲ କରି ଏହା ଋଣ ଆବଶ୍ୟକତା ପୂରଣ କରୁଛି ।