ନିଦଭରା ରାତି ଗୀତର ସ୍ରଷ୍ଟା ଜଲାଲ୍‍ ଆଦେନୀଙ୍କର ପରଲୋକ

0 2,887

ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ତଥା ସଙ୍ଗୀତ ନିର୍ଦ୍ଦେଶକ ଜଲାଲ୍‍ ଆଦେନୀଙ୍କର ରବିବାରରେ ୮୫ ବର୍ଷ ବୟସରେ କଟକ ବକ୍ସିବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ବହୁଦିନରୁ ଅସୁସ୍ଥ ଥିଲେ । ରବିବାରରେ ହୃଦ୍‍ଘାତରେ ତାଙ୍କର ପରଲୋକ ଘଟିଛି ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୧୯୩୬ ମସିହ।।ରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଆଦେନୀ ୧୯୭୬ରେ ଓଡ଼ିଆ ଚଳଚ୍ଚିତ୍ର ‘ହୀରା ମୋତି ମାଣିକ’ରୁ ନିର୍ଦ୍ଦେଶନା ଆରମ୍ଭ କରିବା ସହ ଅନୁତାପ ଚଳଚ୍ଚିତ୍ରରେ ‘ନିଦଭରା ରାତି…’ ଏବଂ ‘ମୁଁ ତୁମକୁ
ଭଲପାଏ ଲୁଚିଲୁଚିକା…’ ଗୀତ ପାଇଁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ । ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଆଦେନୀ ରେଳବାଇ ଚାକିରି ଛାଡ଼ି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ ।

ଓଡ଼ିଆ ଚଳଚ୍ଚିତ୍ର ‘ପୂଜାରିଣୀ’ ଏବଂ ‘ବାସନ୍ତୀ ଅପା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ସହ ହିନ୍ଦୀ ଚଳଚ୍ଚିତ୍ର ‘ଜମାନା କ୍ୟା କହେଗା’ରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ
ଶୋକର ଛାୟା ଖେଳିଯାଇଛି ।

Leave A Reply