ଅନେକ ଖବର ଅଳ୍ପରେ

162

ଇଲେକ୍ଟ୍ରିକ୍‍ ଯାନଗୁଡ଼ିକ ପ୍ରଦୂଷଣ ଦୂରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ
କରିଛି । ସମଗ୍ର ବିଶ୍ୱରେ ଇଲେକ୍ଟ୍ରିକ୍‍ ଯାନ ଆଧୁନିକ ପରିବହନର ନୂଆ
ଉପାୟ ହୋଇଛି । ଇଲେକ୍ଟ୍ରିକ୍‍ ଯାନଗୁଡ଼ିକ ଅଧିକ ଶକ୍ତିଶାଳୀ
ହେଉଥିବାବେଳେ ଏହା ପାରମ୍ପରିକ ଇନ୍ଧନ ଉପରେ ନୀର୍ଭରଶୀଳ ନୁହେଁ ।
ତା’ଛଡା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ଇଲେକ୍ଟ୍ରିକ୍‍ ଯାନ ମହତ୍ୱପୂର୍ଣ୍ଣ
ଭୂମିକା ଗ୍ରହଣ କରିଛି । ବିଶ୍ୱରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ
ପରିବର୍ତ୍ତନର ବିପଦ ଦେଖାଯାଉଥିବା ସମୟରେ ଇଲେକ୍ଟ୍ରିକ୍‍ ଯାନ ଗୁଡ଼ିକର
ବ୍ୟବହାର ଆଜି ସବୁଠୁ ବେଶୀ ପ୍ରାସଙ୍ଗିକ ହୋଇପଡିଛି । ଏହାକୁ ଧ୍ୟାନରେ
ରଖି ଗୁଜୁରାତ ସରକାର ଇଲେକ୍ଟ୍ରିକ୍‍ ଯାନ ଗୁଡ଼ ିକର ବ୍ୟବହାରକୁ
ପ୍ରୋତ୍ସାହିତ କରୁଛନ୍ତି । ଏଥିପାଇଁ ଗୁଜୁରାତ ସରକାର ବହୁ
ପ୍ରୋତ୍ସାହନମୂଳକ ଯୋଜନା ଲାଗୁ କରିଛନ୍ତି । ଗୁଜୁରାତ ସରକାର ରାଜ୍ୟ
ଇଲେକ୍ଟ୍ରିକ୍‍ ଯାନ ନୀତି ୨୦୨୧ରେ ଆରମ୍ଭ କରିଛନ୍ତି । ଏହି ନୀତି
ଅନୁସାରେ ଗୁଜୁରାତକୁ ଇଲେକ୍ଟ୍ରିକ୍‍ ଯାନ ଉତ୍ପାଦନର ଏକ ମୁଖ୍ୟ କେନ୍ଦ୍ର
ଭାବେ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଇଲେକ୍ଟ୍ରିକ୍‍ ଯାନ ନୀତି
ଲାଗୁ ହେବା ସହ ଇଲେକ୍ଟ୍ରିକ୍‍ ଯାନ ପଞ୍ଜିକରଣ ଶତକଡା ୧ହଜାର
୪୭୫ଭାଗ ବୃଦ୍ଧି ପାଇଛି । ଇଲେକ୍ଟ୍ରିକ୍‍ ଯାନ ନୀତି ପ୍ରଣୟନ ହେବା ପୂର୍ବରୁ
ମାତ୍ର ୭ହଜାର ୨୪୦ଟି ଇଲେକ୍ଟ୍ରିକ୍‍ ଯାନ ପଞ୍ଜିକୃତ ହୋଇଥିବାବେଳେ
ଏହି ନୀତି ଲାଗୁ ହେବା ପରେ ବର୍ତ୍ତମାନ ୧ ଲକ୍ଷ ୧୮ହଜାର ୮୬ଟି
ଇଲେକ୍ଟ୍ରିକ୍‍ ଯାନ ପଞ୍ଜିକୃତ ହୋଇଛି । ଗତ ୫ ମାସ ଧରି ମାସିକ
ହାରାହାରି ୮ହଜାର ୮୫୮ଟି ଇଲେକ୍ଟ୍ରିକ୍‍ ଯାନ ପଞ୍ଜିକୃତ ହେଉଛି ।
ସାଉଦୀ-ଅଏଲ କଟ

ଆର୍ମି ଚିଫ୍‍-ବାଂଲାଦେଶ
ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜିଠାରୁ
ବାଙ୍ଗଲାଦେଶକୁ ଦୁଇଦିନ ଗସ୍ତରେ ଯାଇଛନ୍ତି । ତାଙ୍କର ଏହି ଗସ୍ତ କାଳରେ
ସେ ବାଙ୍ଗଲାଦେଶର ବରିଷ୍ଠ ସାମରିକ ବିଭାଗ ଅଫିସରମାନଙ୍କ ସହ
ସାକ୍ଷାତ୍‍ ଆଲୋଚନା କରିବେ । ଏହି ସମୟରେ ଭାରତ-ବାଙ୍ଗଲାଦେଶ
ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହେବ । ଆସନ୍ତାକାଲି ସେ
ଚଟଗ୍ରାମସ୍ଥିତ ବାଙ୍ଗଲାଦେଶ ମିଲିଟାରୀ ଏକାଡେମୀଠାରେ ୮୪ତମ ଲଙ୍ଗ୍‍
କୋର୍ସର କ୍ୟାଡେଟ୍‍ମାନଙ୍କ ପାସିଙ୍ଗଆଉଟ୍‍ ପ୍ୟାରେଡ୍‍ର ସମୀକ୍ଷା କରିବେ ।
ଜେନେରାଲ ପାଣ୍ଡେ ଭାରତ-ବାଙ୍ଗଲାଦେଶ ବନ୍ଧୁତା ଟ୍ରଫି ସର୍ବଶ୍ରେଷ୍ଠ
ବିଦେଶୀ କ୍ୟାଡେଟ୍‍ଙ୍କୁ ପ୍ରଦାନ କରିବେ ।
ସେନାବାହିନୀ ମୁଖ୍ୟ ବାଙ୍ଗଲାଦେଶ ସେନାବାହିନୀ ମୁଖ୍ୟଙ୍କ ସହ
ଆନୁଷ୍ଠାନିକ କଥାବାର୍ତ୍ତା କରିବେ । ଏହାବ୍ୟତୀତ ସେ ବାଙ୍ଗଲାଦେଶର
ବରିଷ୍ଠ ସାମରିକ ଅଫିସରମାନଙ୍କ ସହ ଦ୍ୱିପକ୍ଷୀୟ ସହଯୋଗ ପ୍ରସଙ୍ଗ
ଉପରେ ଆଲୋଚନା କରିବେ ।
ରୁଷ୍‍-ୟୁକ୍ରେନ୍‍ ଆଟାକ
ରୁଷ୍‍ କହିଛି ଏହାର ସୈନ୍ୟମାନେ ଦୋନେତ୍‍ସ୍କ ସୀମାସ୍ଥିତ ୫ଟି ସ୍ଥାନରେ
ୟୁକ୍ରେନ୍‍ ଦ୍ୱାରା ଆକ୍ରମଣକୁ ପ୍ରତିହତ କରିଛନ୍ତି । ରୁଷ୍‍ ସୈନ୍ୟମାନେ
୨୫୦ ୟୁକ୍ରେନ୍‍ ସୈନ୍ୟଙ୍କୁ ହତ୍ୟା କରିଥିବାବେଳେ ୧୬ଟି ଟ୍ୟାଙ୍କ ନଷ୍ଟ
କରିଦେଇଛନ୍ତି । ରୁଷ୍‍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ବନ୍ଧୀୟ ଏକ ଭିଡ଼ିଓ ଚିତ୍ର
ଜାରି କରିଛି । ସେହି ଚିତ୍ରରେ ୟୁକ୍ରେନ୍‍ର ବହୁ ସାଞ୍ଜୁଆ ଗାଡ଼ି ନଷ୍ଟ
ହୋଇଯାଇଥିବାର ଦେଖିବାକୁ ମିଳିଛି । ରୁଷ୍‍ କହିଛି ୟୁକ୍ରେନ୍‍ ଗତକାଲି
୬ଟି ମେକାନାଇଜ୍‍ଡ ଓ ୨ଟି ଟ୍ୟାଙ୍କ ବାଟାଲିଆନ୍‍ ସହାୟତାରେ ଆକ୍ରମଣ
କରିଥିଲା । ଏ ସଂକ୍ରାନ୍ତରେ ୟୁକ୍ରେନ୍‍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ
କରାଯାଇ ନାହିଁ ।
ୟୁଏସ୍‍-ଡିଫେନ୍ସ ସେକ୍ରେଟାରୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀରେ ଆମେରିକା
ପ୍ରତିରକ୍ଷାମନ୍ତ୍ରୀ ଲଏଡ ଅଷ୍ଟିନ୍‍ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଦୁଇନେତା
ବ୍ୟାପପ୍ପକ ବିଷୟ ଉପରେ ଆଲୋଚନା କରିଛନ୍ତି । କଥାବାର୍ତ୍ତାରେ
ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ, ଆଞ୍ଚଳିକ ସୁରକ୍ଷା ସ୍ଥିତି ସ୍ଥାନ
ପାଇଛି । କଥାବାର୍ତ୍ତାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବିଷୟ
ସ୍ଥାନ ପାଇଛି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଭାରତକୁ ଦୁଇଦିନ ଗସ୍ତରେ
ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଶ୍ରୀ ଅଷ୍ଟିନ୍‍ଙ୍କୁ ମନେକ୍‍ ସା
ସେଣ୍ଟରଠାରେ ସାମରିକ ଅଭିବାଦନ ଦିଆଯାଇଥିଲା

Comments are closed, but trackbacks and pingbacks are open.