ଟ୍ରେନ୍ ଦୁର୍ଘଟଣା-ତଦନ୍ତ ଆରମ୍ଭ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ରେଳ ସୁରକ୍ଷା ଆୟୁକ୍ତ ଦୁର୍ଘଟଣାସ୍ଥଳକୁ ଯାଇ >ସ୍ଥିତି ପରଖିବା ସହ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି । ଏଥିସହ ସିବିଆଇ ମଧ୍ୟ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା କରମଣ୍ଡଳ ଏକ୍ସପ୍ରେସ୍ର ଡ୍ରାଇଭର ଗୁଣନିଧି ମହାନ୍ତି ଓ ସହକାରୀ ଲୋକ ପାଇଲଟ ହଜାରି ବେହେରାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି ।
ଅନ୍ୟପକ୍ଷରେ କୋଲକାତା, ହାଇଦ୍ରାବାଦ ଓ ନୂଆଦିଲ୍ଲୀରୁ ଆସିଥିବା ଫରେନ୍ସିକ ଟିମ୍ ବାହାନଗା ଷ୍ଟେସନରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି । ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସି କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଆହତ ରେଳଯାତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ମୃତାହତଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ବ୍ୟତୀତ ସେମାନଙ୍କ ପରିବାରକୁ ୪ ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଟ୍ରେନ୍ ଦୁର୍ଘଟଣା-ରେଳ ଚଳାଚଳ ସ୍ୱାଭାବିକ ବାଲେଶ୍ୱର ଜିଲ୍ଲା ବାହାନଗା ରେଳଷ୍ଟେସନରେ ଗତକାଲି ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ଦୁର୍ଘଟଣାର ୫୬ଘଣ୍ଟା ପରେ ଉଭୟ ଲାଇନ୍ରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ସହିତ ୨୩ଟି ପାସେଞ୍ଜର ଓ ୧୬ଟି ମାଲବାହୀ ଟ୍ରେନ୍ ଚଳାଚଳ କରିଥିବା ଦକ୍ଷିଣପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ଘଟିଥିବା ଟ୍ରାକ୍ ଦେଇ ଟ୍ରେନ୍ଗୁଡ଼ିକ ଯାତାୟାତ କରିବା ସମୟରେ ଏହାର ଗତି ଧୀର ରହିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟ ୧ହଜାରରୁ ଊଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ କ୍ଷତିଗ୍ରସ୍ତ ରେଳଧାରଣା ଓ ବିଦ୍ୟୁତକରଣ କାର୍ଯ୍ୟ >ସ୍ୱାଭାବିକ କରିବା ପାଇଁ ଲାଗିପଡିଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଦୁର୍ଘଟଣାସ୍ଥଳ
Comments are closed, but trackbacks and pingbacks are open.