ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍ର ଶୁଭାରମ୍ଭ କରିବାକୁ ଯୋଜନା କରାଯାଉଛି । ଚନ୍ଦ୍ର ପୃଷ୍ଠରେ ରୋଭରକୁ ସ୍ଥାପନ କରିବା ହେଉଛି ଏହି ମିଶନ୍ର ମୂଳ ଲକ୍ଷ୍ୟ । ଗତକାଲି ବେଙ୍ଗାଲୁରୁ ଠାରେ ମହାକାଶ ଯାନ ମିଶନ୍ ସମ୍ପର୍କୀତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସୋମନାଥ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଅର୍ବିଟର, ଲ୍ୟାଣ୍ଡର, ରୋଭର୍ ଏବଂ ପ୍ରପଲସନ୍ ମଡ୍ୟୁଲ୍ର ବିଭିନ୍ନ ପରୀକ୍ଷଣ କରାଯାଉଛି ଏବଂ ଏ ସବୁକୁ ଏଲ୍.ଭି.ଏମ୍.-୩ ରକେଟ୍ରେ ସଂଯୋଗ କରାଯିବ । ଏହି ରକେଟ୍ଟି ଚଳିତ ମାସ ଶେଷ ସୁଦ୍ଧ ପ୍ରସ୍ତୁତ ହେବା ପରେ ଆଗାମୀ ମାସ ପ୍ରଥମାର୍ଦ୍ଧରେ ଏହାକୁ ଚନ୍ଦ୍ରଯାନ-୩ ସହିତ ଯୋଡ଼ାଯିବ ବୋଲି ଇସ୍ରୋର ଅଧ୍ୟକ୍ଷ କହିଛନ୍ତି ।
Comments are closed, but trackbacks and pingbacks are open.