ସାଉଦୀ ଆରବ ଜୁଲାଇ ମାସରେ ଦୈନିକ ଏକ ନିୟୁତ ବ୍ୟାରେଲ ତୈଳ କମ୍ ଉତ୍ପାଦନ କରିବ ବୋଲି ଘୋଷଣା କରିଛି । ଭିଏନାରରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ବୈଠକ ପରେ ଏହି ଘୋଷଣା କରାଯାଇଛି । ସାଉଦୀ ଆରବ ଏହାର ତୈଳ ଉତ୍ପାଦନ ହ୍ରାସ କରିବା ବିଷୟ ନିଜ ତରଫରୁ ନିଷ୍ପତ୍ତି ନେଇଛି । ସାଉଦୀ ଆରବ ଶକ୍ତିମନ୍ତ୍ରୀ ପ୍ରିନ୍ସ ଅବଦୁଲ ଅଜିଜ୍ ବିନ୍ ସଲମନ କହିଛନ୍ତି ଜୁଲାଇ ମାସରେ ତୈଳ ଉତ୍ପାଦନ କମ୍ କରିବା ପାଇଁ ଯେଉଁ ଘୋଷଣା କରାଯାଇଥିଲା ତାହାକୁ କେବଳ ସମ୍ପ୍ରସାରଣ କରାଯିବ ।
ସାଉଦୀ ଆରବ ଶକ୍ତି ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ଏହା ଦୈନିକ ୯ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ କରିବ ।< ଏହା ଚଳିତବର୍ଷ ସାଉଦୀ ଆରବ ଦୈନିକ ଉତ୍ପାଦନ କରୁଥିବା ତୈଳଠାରୁ ଦେଢ଼ ନିୟୁତ ବ୍ୟାରେଲ କମ୍ । ବିଶ୍ୱ ଅର୍ଥନୀତିକ ଅନିଶ୍ଚିତତା ଯୋଗୁଁ ଆନ୍ତର୍ଜାତିକ ବଜାରରେ ତୈଳ ଚାହିଦା ହ୍ରାସ ପାଇବାର ଆଶଙ୍କାକୁ ନେଇ< ଏହା ଏକ ପଦକ୍ଷେପ ବୋଲି ମତପ୍ରକାଶ ପାଇଛି । ଇତିମଧ୍ୟରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ତୈଳ ଉତ୍ପାଦନ ହ୍ରାସକୁ ଜାରି ରଖିବାକୁ ଏକମତ ହୋଇଛି । ଏହାଦ୍ୱାରା ତୈଳ ରପ୍ତାନିକାରୀ ଦେଶମାନେ ବିଶ୍ୱ ବଜାରକୁ ଯେତିକି ତୈଳ ପଠାଉଥିଲେ ସେଥିରେ ହ୍ରାସ ଘଟିବ ।
Comments are closed, but trackbacks and pingbacks are open.