ଭାରତର ବଜାର ପାଖରେ ବଡ ଶକ୍ତି ରହିଥିବାରୁ ଆଗାମୀ ଦିନରେ ଏହା ବିଶ୍ୱର ବଡ ବ୍ରାଣ୍ଡ ହେବାର ସମ୍ଭାବନା

0 1,141

ନୂଆଦିଲ୍ଲୀ – କରୋନା ପରବର୍ତ୍ତୀ ସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ସୁଯୋଗରୁ ଓଡ଼ିଶା କିପରି ଲାଭ ପାଇପାରିବ ସେ ଦିଗରେ କାର୍ଯ୍ୟ କରିବା ଲାଗି ଉପସାଗରୀୟ ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡ଼ିଆ ସମାଜର ବ୍ୟକ୍ତିମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । ସେମାନଙ୍କ ସହିତ ଗତକାଲି ଭିଡ଼ିଓ କନ୍‍ଫରେନସିଂ ମାଧ୍ୟମରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ଭାରତ କରୋନା ମହାମାରୀର ଉଚିତ୍‍ ମୁକାବିଲା କରିପାରୁଛି । ଭାରତର ବଜାର ପାଖରେ ବଡ ଶକ୍ତି ରହିଥିବାରୁ ଆଗାମୀ ଦିନରେ ଏହା ବିଶ୍ୱର ବଡ ବ୍ରାଣ୍ଡ ହେବାର ସମ୍ଭାବନା ରହିଛି ।

ଏଥିସହିତ ଭାରତ ସବୁଠାରୁ ବଡ ତୈଳ ବଜାର ହେବାର ସମ୍ଭାବନା ନେଇ ବିଶ୍ୱ ବଜାରରେ ଏଥିଲାଗି ଦେଶ ପାଇଁ ସୁବିଧାଜନକ ସ୍ଥିତି ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି । ଉପସାଗରୀୟ ଦେଶ ଗୁଡ଼ିକରେ ଓଡ଼ିଆ ସମାଜର ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଏବଂ ସ୍ୱଦେଶ ଫେରିବା ଇଚ୍ଛା ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କୋଭିଡ ନାଇଣ୍ଟିନ୍‍ ମହାମାରୀ ଆହ୍ୱାନଗୁଡ଼ିକୁ ଦୂରକରିବା ଏବଂ ଏଥିସହଜଡ଼ିତ ଅନ୍ୟ ପ୍ରସଙ୍ଗ ଉପରେ ଆଜି ପୂର୍ବାହ୍ନ ୧୧ଟାରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply