ନୂଆଦିଲ୍ଲୀ – ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏହା ଘୋଷଣା କରିଛନ୍ତି । ତେବେ ଜୁଲାଇ ୨୬ତାରିଖ ଏନ.ଇ.ଇ.ଟି (ନିଟ୍) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଜେଇଇ- ଆଡଭାନ୍ସ ନେଇ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନିଶଙ୍କ କହିଛନ୍ତି ।
ଅନ୍ୟପକ୍ଷରେ ବିଚାରାଧୀନ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି
ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରମାନଙ୍କ ସହ ସେ ଆଲୋଚନା କରିଥିଲେ ।