ଭୁବନେଶ୍ୱର: ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ଆଇଆଇଏଫ୍ଏଲ୍ ଫାଇନାନ୍ସ ପକ୍ଷରୁ ଏହାର ସର୍ବଭାରତୀୟ ମାର୍କେଟିଂ ଅଭିଯାନର ଅଂଶ ସ୍ୱରୂପ ଚର୍ଚ୍ଚିତ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ନେଇ ପ୍ରସ୍ତୁତ କରାଯାଇଛି “ସପ୍ନା ଆପ୍କା ଲୋନ୍ ହମାରା’ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ନିଜ ସେବା ଆସନ୍ତା ଛଅ ମାସ ଭିତରେ ୩୫୦ ନିୟୁତରୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ଏବଂ ସୁନା ଋଣ, ଗୃହ ଋଣ, ବ୍ୟବସାୟ ଋଣ ଓ ମାଇକ୍ରୋଫାଇନାନ୍ସ ଋଣ ସ୍ଥିତିରେ ଉନ୍ନତି ଆଣିବାକୁ ଆଇଆଇଏଫ୍ଏଲ୍ ଲକ୍ଷ୍ୟ ରଖିଛି ।
ଏହି ବ୍ୟାପକ ଦେଶବ୍ୟାପୀ ମାର୍କେଟିଂ ଅଭିଯାନ ଟିଭି, ଡିଜିଟାଲ୍,ସିନେମା, ରେଡିଓ ଓ ଛାପା ଗଣମାଧ୍ୟମରେ ପ୍ରସାର କରାଯାଉଛି । ବ୍ୟାଙ୍କ୍ ନଥିବା କିମ୍ବା ବ୍ୟାଙ୍କ୍ ସେବା ଯଥେଷ୍ଟ ନଥିବା ବର୍ଗର ଗ୍ରାହକଙ୍କ ବର୍ଦ୍ଧିତ ଋଣ ଆବଶ୍ୟକତା ପୂରଣ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଆଇଆଇଏଫ୍ଏଲ୍ ଫାଇନାନ୍ସ ୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।
ଏହି ନୂଆ ବ୍ରାଣ୍ଡ୍ ସିନେମା ସମ୍ପର୍କରେ ଆଇଆଇଏଫ୍ଏଲ୍ର ଚିଫ୍ ମାର୍କେଟିଂ ଅଧିକାରୀ ଶ୍ରୀ ମାନବ ବର୍ମା କହିଛନ୍ତି ଯେ, “ଭାରତୀୟ ଅର୍ଥନୀତିକୁ ଚଲାଉଥିବା ଛୋଟ ଉଦ୍ୟୋଗୀମାନଙ୍କ ଶକ୍ତି ଉପରେ ଆମେ ବିଶ୍ୱାସ କରୁ । ସେମାନଙ୍କୁ କେବଳ ସଠିକ୍ ସମୟରେ ଋଣ ଦରକାର ଯାହାକୁ ଆଇଆଇଏଫ୍ଏଲ୍ ଭଲ ଭାବେ ବୁଝିଛି । ଆମର ସମସ୍ତ ବ୍ୟବସାୟ ଏବଂ ବ୍ରାଣ୍ଡ୍ ଦର୍ଶନର ମୂଳରେ ରହିଛି “ସିଧି ବାତ୍ ବା ସିଧା କଥା’ ।’’
ସପ୍ନା ଆପ୍କା, ଲୋନ୍ ହମାରାର ଲକ୍ଷ୍ୟ ହେଉଛି ନିୟୁତାଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ବ୍ୟକ୍ତିବିଶେଷ ଋଣଗ୍ରହୀତାଙ୍କ ପାଇଁ ପସନ୍ଦର ଋଣ ପ୍ରଦାନକାରୀ ହୋଇ ସେମାନଙ୍କ ସ୍ୱପ୍ନ ପୂରଣ କରିବା ।
ବ୍ରାଣ୍ଡ୍ର ଦର୍ଶନ ଅନୁସାରେ ବରିଷ୍ଠ ସିନେମା ନିର୍ମାତା ହିମାଂଶୁ ତିୱାରୀଙ୍କ ଦ୍ୱାରା ନିର୍ଦେଶିତ ଏହି ସିନେମା ମନୋରଂଜନ ଢଙ୍ଗରେ ସିଧି ବାତ୍କୁ ଉପସ୍ଥାପନ କରିଛି । ଏକ ଋଣ ବିକଳ୍ପ ଉପରେ ବିଚାର କରିବା ବେଳେ ଗ୍ରାହକଙ୍କ ପାଖରେ ବହୁ ସୂଚନା ପହଂଚୁଛି ଯାହା ଠିକ୍ ଭାବେ ଯୋଗାଯୋଗ ହୋଇପାରୁନି କିମ୍ବା ଭୁଲ ବ୍ୟାଖ୍ୟା କରାଯାଏ । ଏହା ଫଳରେ ଋଣ ପାଇବା ଲାଗି ଏକ ଯନ୍ତ୍ରଣାଦାୟକ ଯାତ୍ରା ଦେଇ ଗତି କରିବାକୁ ପଡ଼େ ଯେଉଁଥିପାଇଁ ବିଳମ୍ବ ହୁଏ କିମ୍ବା ଯୋଜନା ବାତିଲ କରିବାକୁ ପଡ଼େ । ଯେକୌଣସି ପ୍ରକାର ଋଣ ବିଷୟରେ ଚିନ୍ତା କରିବା ବେଳେ ଆଇଆଇଏଫ୍ଏଲ୍ ପସନ୍ଦର ବ୍ରାଣ୍ଡ୍ ବୋଲି ଏହି ସିନେମା ଜରିଆରେ ଉପସ୍ଥାପନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.