ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପର ତିନୋଟି ଶାଖା ପ୍ରକଳ୍ପ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ବାନେର୍‍ ଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପର ତିନୋଟି ଶାଖା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ଜୟପାଟଣା, କଲମପୁର ଓ କୋକସରା ଅଞ୍ଚଳର ପ୍ରାୟ…

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରରୁ ଆରମ୍ଭ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରରୁ ଆରମ୍ଭ ହେବ । ଏଥିସହ ଓପନ୍‌ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ୨୨ ହଜାର ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ଓପନ୍‌ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା…

ରାଜ୍ୟର ଏହି ଅଞ୍ଚଳରେ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର - ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଲଘୁଚାପ ସକ୍ରିୟ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା…

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଅଜିତ୍‌ ଦାସ୍‌ଙ୍କ ବିୟୋଗରେ ଶୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଅଜିତ୍‍ ଦାସଙ୍କର ଆଜି ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ର…

ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ

ନୂଆଦିଲ୍ଲୀ - ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆସନ୍ତାକାଲି ସୋମବାର ଠାରୁ ଆରମ୍ଭ ହେବ । କୋ ଭିଡ ନାଇଣ୍ଟିନ ମହାମାରୀକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହିଭଳି ଦୁଇଟି ସିଫ୍ଟରେ ଏହି ଅଧିବେଶନ ବସିବ । ତେବେ ପ୍ରଥମ ଦିନ ବ୍ୟତୀତ…

କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ - କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କରିବା ସହ ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟାମ ତଥା ଧ୍ୟାନ କରିବା, ସକାଳେ ଏବଂ ସନ୍ଧ୍ୟା ସମୟରେ ତଟକା ଖାଦ୍ୟ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢଲକ୍ଷ ପାର

ଭୁବନେଶ୍ୱର -ରାଜ୍ୟରେ ରବିବାର ସୁ୍ଦ୍ଧା ଆଉ ୩ ହଜାର ୯୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୪୮ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ୧ ହଜାର ୫୬୫ ଜଣ ସ୍ଥାନୀୟ…

ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ନିଟ୍ ପରୀକ୍ଷା ସେଣ୍ଟରରେ ସଫଳତାର ସହ ପରୀକ୍ଷା ଅନୁଷ୍ଠିତ

ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହିରେ ନିଟ୍ (NEET) ପରୀକ୍ଷା ସେଣ୍ଟର । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଖଣ୍ଡସାହି ଠାରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ନିଟ୍ ସେଣ୍ଟର ହୋଇଛି । କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଥମକରି ଏହି ସ୍କୁଲରେ ନିଟ…

+୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପୁନଃ ଯାଞ୍ଚ ଓ ପୁନଃ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପୁନଃ ଯାଞ୍ଚ ଓ ପୁନଃ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ପରୀକ୍ଷାଫଳ…

କରୋନା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ପୂର୍ବଭଳି ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ…

କଟକ - କରୋନା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ପୂର୍ବଭଳି ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରାଯିବା ସହ ଆଇନ୍‍ଜୀବୀମାନେ ସେମାନଙ୍କ ଘରୁ…