ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରରୁ ଆରମ୍ଭ

0 6,996

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରରୁ ଆରମ୍ଭ ହେବ । ଏଥିସହ ଓପନ୍‌ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ୨୨ ହଜାର ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ଓପନ୍‌ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଉଭୟ ପରୀକ୍ଷା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର ଓ ୧୩ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ଓପନ୍‌ ସ୍କୁଲ ସପ୍ଲିମେଣ୍ଟାରୀ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର ଓ ୭ଟି ମୂଲ୍ୟାୟନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।

Leave A Reply