ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପର ତିନୋଟି ଶାଖା ପ୍ରକଳ୍ପ ଲୋକାର୍ପିତ

0 2,136

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ବାନେର୍‍ ଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପର ତିନୋଟି ଶାଖା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ଜୟପାଟଣା, କଲମପୁର ଓ କୋକସରା ଅଞ୍ଚଳର ପ୍ରାୟ ୩୦ହଜାର ଲୋକ ଉପକୃତ ହେବେ । ଏହାଦ୍ୱାରା ବିଜୁଳି କାଟ୍‍ ସମସ୍ୟା ଦୂର ହେବ
ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ବିଶେଷଭାବେ ଉପକୃତ ହେବେ ।

ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବା ସମ୍ପ୍ରସାରଣ କରାଯିବ । ଏହି ଗ୍ରୀଡ୍‍ ଦ୍ୱାରା କଳାହାଣ୍ଡିବାସୀ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ଶକ୍ତି ପାଇପାରିବେ ।

Leave A Reply