କରୋନା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ପୂର୍ବଭଳି ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ହେବ

0 5,679

କଟକ – କରୋନା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ପୂର୍ବଭଳି ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରାଯିବା ସହ ଆଇନ୍‍ଜୀବୀମାନେ ସେମାନଙ୍କ ଘରୁ କିମ୍ବା କାର୍ଯ୍ୟାଳୟରୁ ଶୁଣାଣିରେ ଅଂଶଗ୍ରହଣ କରିପାରିବେ ।

ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ କୋର୍ଟ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଥିବା ଅଞ୍ଚଳକୁ ବାଦ୍‍ଦେଇ ଅନ୍ୟସ୍ଥାନ ଗୁଡ଼ିକରେ ସ୍ୱାଭାବିକ ଭାବେ କୋର୍ଟ କାର୍ଯ୍ୟ ହେବ । ତେବେ ସମସ୍ତ କ୍ଷେତ୍ରରେ କରୋନା କଟକଣାକୁ ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply