୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ

0 89

୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଓ ହାଇକୋର୍ଟର ବହୁ କର୍ମଚାରୀ କରୋନା ସଂକ୍ରମିତ ହେବା ଘଟଣାକୁ ବିଚାରକୁ ନିଆଯାଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରକାଶିତ ସାନି ବିଜ୍ଞପ୍ତିରୁ ଏହା ଜଣାପଡିଛି । ଜାନୁଆରୀ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟାଳୟ ଓ ଏହାର କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବପନ୍ଦ ରହିବ ।

ତେବେ ଏହି ସମୟ ମଧ୍ୟରେ ବିଭିନ୍ନ ଖଣ୍ଡପୀଠରେ ମାମଲା ଶୁଣାଣି ପାଇଁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ବାତିଲ କରାଯାଇଛି । ଜାନୁଆରୀ ୧୮ରୁ ହାଇକୋର୍ଟ ଖୋଲିବ । ତେବେ ୧୮ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ୨ଟି ଦୁଇଜଣିଆ ଖଣ୍ଡପୀଠ ଓ ୭ଟି ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲା ଗୁଡ଼ିକର ଶୁଣାଣି ହେବ ।

ପୂର୍ବ ନିଷ୍ପତ୍ତି ଅନୁସାରେ ଜାନୁଆରୀ ୧୩ରେ ପୂର୍ଣ୍ଣ ପୀଠ ରେଫେରେନ୍ସ ଅନୁଷ୍ଠିତ ହେବନାହିଁ । ଏହା ୧୮ ତାରିଖ ଅପରାହ୍ଣ ୨ଟାରେ ଅନୁଷ୍ଠିତ ହେବ । କରୋନା ସ୍ଥିତିକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

Leave A Reply