କଟକ ୨୩.୦୩ – କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ତରଫରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ନକରିବାକୁ କୁହାଯାଇଛି । କୋର୍ଟ କାର୍ଯ୍ୟ ବନ୍ଦ କରାଯାଇଥିବାବେଳେ ହାଇକୋର୍ଟଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ପାଳିକରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଯେଉଁ ୫ଟି ଜିଲ୍ଲାରେ ଲକ୍ଡାଉନ୍ କରାଯାଇଛି ସେଠାରେ କେବଳ ଜରୁରୀ ମାମଲାର ଶୁଣାଣି କରାଯାଇପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଭୂତାଣୁ ସଂକ୍ରମଣ ନବ୍ୟାପିବା ଲାଗି ହାଇକୋର୍ଟ ଏଭଳି ପଦକ୍ଷେପ ନେଇଥିବା ବେଳେ କଟକ ସହରର ରାସ୍ତାଘାଟ ଆଜି ପ୍ରାୟ ଶୂନ୍ଶାନ ରହିଥିଲା । କେବଳ ତେଜରାତି, ଔଷଧ ଦୋକାନଗୁଡ଼ିକ ସହରର ବିଭିନ୍ନ ସ୍ଥାନରେ ଖୋଲା ରହିଥିବା ଦେଖାଦେଇଥିଲା । ସୋମବାର ସକାଳୁ ସହରର ବିଭିନ୍ନ ପରିବା ବଜାରରେ
ଭିଡ଼ ରହିଥିବା ବେଳେ ଭିଡ଼ ନ ଜମାଇବା ପାଇଁ ପୁଲିସ ପକ୍ଷରୁ କୁହାଯାଇଥିଲା ।