ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ମାସ ଆରମ୍ଭରୁ ଭାରତର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଛି । ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବୁଧବାରରେ ମୁମ୍ବାଇରେ ସର୍ବୋଚ୍ଚ ତାପମାତ୍ରା ୩୭.୪ ଡିଗ୍ରୀ ସେଲସିୟସ ରହିଥିଲା। ଏହା ସାଧାରଣ ତାପମାତ୍ରାଠାରୁ ୫.୫ ଡିଗ୍ରୀ ଅଧିକ । ଦିଲ୍ଲୀରେ ମେ ମାସରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥାଏ । ମାତ୍ର ୨ ମାସ ପୂର୍ବରୁ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇଲାଣି । ହରିୟାଣା, ପଞ୍ଜାବ ଓ ରାଜସ୍ଥାନରେ ଚଳିତ ବର୍ଷ ୧.୫ ଡିଗ୍ରୀ ଅଧିକ ତାପମାତ୍ର ହେବ । ହିମାଚଳ ପ୍ରଦେଶ ଓ ଉତ୍ତରା ଖଣ୍ଡରେ ୨.୩ ଡିଗ୍ରୀ ଅଧିକ ହେବ ।
ଓଡିଶାରେ ବି ହେବ ନିଆଁ ବର୍ଷା