ରାଜ୍ୟରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ
ପକ୍ଷରୁ ମାସିକିଆ ଆକଳନ ବିବରଣୀ ପ୍ରକାଶ

0 80

ରାଜ୍ୟରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ମାସିକିଆ ଆକଳନ ବିବରଣୀ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ମାର୍ଚ୍ଚରୁ ମେ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‍ ତାପମାତ୍ରା ରହିବ ।

ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବୌଦ, ଖୋର୍ଦ୍ଧା, କଟକ
ଏବଂ ଜଗତ୍‍ସିଂହପୁର ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‍ ତାପମାତ୍ରା ରହିପାରେ ।


ସେହିଭଳି ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ତାପମାତ୍ରା ସ୍ୱାଭାବିକ ରହିବ
ବୋଲି ଜଣାପଡ଼ିଛି ।

Leave A Reply